ଥାନାରେ ଜୁଆ ଖେଳ : ହ୍ୱାଟ୍ସଆପରେ ଜୁଆ ଖେଳି ୭ପୁଲିସ କର୍ମୀ ନିଲମ୍ବିତ

63

ଛତିଶଗଡ଼ର ରାଜଧାନୀ ରାୟପୁରରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । କାମ ସମୟରେ କାମ ନକରି ପୁଲିସକର୍ମୀମାନେ ହ୍ଵାଟ୍ସଆପରେ ଜୁଆ ଖେଳୁଥିବାରୁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ୭ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେଥିରେ ଜଣେ ମହିଳା ସିପାହୀ ଥିବା ଜଣାପଡ଼ିଛି । ପୁଲିସ ଜୁଆ ଖେଳୁଥିବା ଏକ ଗ୍ୟାଙ୍ଗକୁ ଗିରଫ କରିବା ପରେ ସେମାନଙ୍କ ଫୋନରୁ ନିଲମ୍ବିତ ହୋଇଥିବା ପୁଲିସକର୍ମୀଙ୍କ ନମ୍ବର ଏବଂ କରାଯାଇଥିବା ଚାଟ୍ ମିଳିଥିଲା ।

ସୂଚନା ମୁତାବକ, ଗୁପ୍ତ ସୂଚନା ପାଇ ପୁଲିସ ଶୁକ୍ରବାର ରାୟପୁରର ଅଶ୍ୱିନୀ ନଗରରେ ଚଢ଼ଉ କରିଥିଲା। ଏହା ପରେ ପୁଲିସ ପୁରୁଣା ବସ୍ତିରେ ଥିବା ଏକ ଘରୁ ବିକାଶ ତମ୍ବୋଲି ନାମକ ଜଣେ ଜୁଆ ଖେଳାଳୀଙ୍କୁ ଗିରଫ କରିଥିଲା । ପଚରାଉଚରା କରିବା ପରେ ବିକାଶ ରାହୁଲ ନାମକ ଜଣେ ଯୁବକଙ୍କ ପାଇଁ କାମ କରୁଥିବା ସ୍ୱୀକାର କରିଥିଲେ । ଏହା ପରେ ପୁଲିସ ରାହୁଲଙ୍କୁ ଗିରଫ କରିଥିଲା । ଦୁହିଁଙ୍କ ଫୋନକୁ ନେଇ ଦେଖିବା ପରେ ଦୁହିଁଙ୍କ ଫୋନରୁ ଏକ ହ୍ଵାଟସଆପ୍ ଗ୍ରୁପ୍ ମିଳିଥିଲା । ଯେଉଁଥିରେ ନିଲମ୍ବିତ ହୋଇଥିବା ୭ଜଣ ପୁଲିସକର୍ମୀ ସଦସ୍ୟ ଥିବା ସାମ୍ନାକୁ ଆସିଥିଲା । ଯାହା ପରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।

ମତାମତ

Your email address will not be published.