ଶେଷ ମ୍ୟାଚରେ ଶତକ ମାରି କ୍ରିକେଟକୁ ବାଏ ବାଏ କଲେ ଗୌତମ ଗମ୍ଭୀର ।

345

ଶେଷ ମ୍ୟାଚରେ ଶତକ ସହ କ୍ରିକେଟକୁ ବାଏ ବାଏ କଲେ ଗୌତମ ଗମ୍ଭୀର । କ୍ୟାରିୟରର ଶେଷ ମ୍ୟାଚରେ ଶତକ ହାସଲ କରି ନିଜର ଅବସରକୁ ସ୍ମରଣୀୟ କରିଛନ୍ତି ଗୌତମ । ପୂର୍ବରୁ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଗମ୍ଭୀର ରଣଜୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଶେଷ ମ୍ୟାଚ ଖେଳୁଛନ୍ତି । ଆଉ ଆନ୍ଧ୍ର ବିପକ୍ଷ ଏହି ମ୍ୟାଚରେ ଦମଦାର ଶତକ ସହ ଦିଲ୍ଲୀର ପ୍ରଥମ ଇନିଂସ ଅଗ୍ରଣୀ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଗମ୍ଭୀର ।

ଆନ୍ଧ୍ର ବିପକ୍ଷ ମ୍ୟାଚରେ ଶତକ ହାସଲ କରିବା ସହ ନିଜ କ୍ୟାରିୟରର ୪୩ ତମ ଶତକ ହାସଲ କରିଛନ୍ତି ଗମ୍ଭୀର । ଶେଷ ମ୍ୟାଚରେ ୧୦ଟି ଚୌକା ସହ ୧୧୨ ରନର ଇନିଂସ ଖେଳିଛନ୍ତି ଗମ୍ଭୀର । କ୍ରିକେଟରୁ ସନ୍ୟାସ ନେଇଥିବା ଗମ୍ଭୀର ଭାରତ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ୨୦୧୬ରେ ଶେଷ ଟେଷ୍ଟ ମ୍ୟାଚ ରାଜକୋଟରେ ଖେଳିଥିଲେ । ସେହିଭଳି ଭାରତ ପକ୍ଷରୁ ୧୪୭ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଗମ୍ଭୀର ୫୨୩୮ ରନ କରିଛନ୍ତି । ଖାସକରି ବିଶ୍ୱକପର ଫାଇନାଲ ମ୍ୟାଚରେ ଗମ୍ଭୀରଙ୍କର ମ୍ୟାଚ ବିଜୟୀ ୯୭ ରନ କ୍ରିକେଟ ପ୍ରେମୀଙ୍କ ମନରେ ଏକ ଛାପ ଛାଡି ଦେଇଛି ।