ନିଆରା ରୂପରେ ରକ୍ଷା ବନ୍ଧନ ପାଳିଲେ କ୍ରିକେଟର ଗୌତମ ଗମ୍ଭୀର । କିନ୍ନରଙ୍କୁ କଲେ ଭଉଣୀ, ବାନ୍ଧିଲେ ରାକ୍ଷୀ । ଦେଶବାସୀଙ୍କ ପାଇଁ ଦେଲେ ନିଆରା ସନ୍ଦେଶ

52

ପୂରା ଦେଶରେ ରକ୍ଷା ବନ୍ଧନର ଧୂମ । ଗରିବଙ୍କ ଠାରୁ ଆରମ୍ଭ କରି ବଡ ବଡିଆ ସମସ୍ତେ ରାକ୍ଷୀ ପୂର୍ଣ୍ଣିମାକୁ ବେଶ ଧୂମଧାମରେ ପାଳନ କରୁଛନ୍ତି । ଆଉ ଏହି କ୍ରମରେ ଭାରତୀୟ ଦଳରୁ ଦୀର୍ଘ ଦିନ ଧରି ବାଦ୍ ପଡିଥିବା କ୍ରିକେଟର ଗୌତମ ଗମ୍ଭୀର ଏକ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି । ଏହାସହ ଭାଇ-ଭଉଣୀଙ୍କ ଏହି ପବିତ୍ର ଉତ୍ସବରେ ଦେଶବାସୀଙ୍କୁ ଏକ ଭିନ୍ନ ସନ୍ଦେଶ ଦେଇଛନ୍ତି ଗୌତମ ଗମ୍ଭୀର ।


ପୂରା ଦେଶରେ ଭାଇମାନେ ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧୁଥିବା ବେଳେ ଗୌତମ ଗମ୍ଭୀର କିନ୍ନରଙ୍କ ହାତରୁ ରାକ୍ଷୀ ବାନ୍ଧିବା ସହ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ କିନ୍ନର ଅବୀନା ଅହର ଓ ସିମରନ ଶେଖଙ୍କୁ ନିଜର ନୂଆ ଭଉଣୀ କରିବା ପରେ ସେମାନେ ଗମ୍ଭୀରଙ୍କୁ ରାକ୍ଷୀ ବାନ୍ଧିଥିଲେ । ଯାହାର ଫଟୋକୁ ସୋସିଆଲ ମିଡିଆରେ ଗମ୍ଭୀର ସେୟାର କରିଥିଲେ । ଆଉ ଏହି ଫଟୋରେ ଗମ୍ଭୀରଙ୍କ ସହ ଅବୀନା ଓ ସିମରନ ଉପସ୍ଥିତ ଥିଲେ । କେବଳ ଗମ୍ଭୀର ରାକ୍ଷୀ ବାନ୍ଧି ନଥିଲେ ଦେଶବାସୀଙ୍କୁ ଏକ ନିଆରା ସନ୍ଦେଶ ମଧ୍ୟ ଦେଇଥିଲେ । ଯାହା ହୃଦୟକୁ ବେଶ ଛୁଇଁଥିଲା ।

ଗମ୍ଭୀର ନିଜର ପୋଷ୍ଟରେ ଲେଖିଥିଲେ, ଏହା କୌଣସି ପୁରୁଷ କିମ୍ବ ମହିଳାଙ୍କ କଥା ନୁହେଁ ଏହା ମାନବିକତାର କଥା । କିନ୍ନର ଅବୀନା ଅହର ଓ ସିମରନ ଶେଖଙ୍କ ରାକ୍ଷୀର ଭଲପାଇବା ରାକ୍ଷୀ ରୂପରେ ମୋ ହାତରେ ଶୋଭା ପାଉଛି । ଯାହା ପାଇଁ ମୁଁ ଗର୍ବିତ । ମୁଁ ତ ଏହାକୁ ସ୍ୱୀକାର କରିଛି, ଆଉ ଆପଣ । ଏପରିକି କିନ୍ନର ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧି ସେ ବେଶ ଖୁସି ବୋଲି କହିଛନ୍ତି ଗମ୍ଭୀର ।