ରୀତି ଅନୁସାରେ ନୀତି ହେଉନି : ସ୍ନାନଯାତ୍ରାର ଅଘଟଣକୁ ନେଇ କ୍ଷୋଭ ପ୍ରକାଶ କଲେ ଗଜପତି ମହାରାଜ

17

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶଙ୍କରାଚାର୍ଯ୍ୟଙ୍କ ପରେ ଗଜପତି । ମହାପ୍ରଭୁଙ୍କ ସ୍ନାନଯାତ୍ରାର ଅଘଟଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହାରାଜ ଦିବ୍ୟସିଂହ ଦେବ । ସ୍ନାନଯାତ୍ରାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ଏହା ସହ କହିଛନ୍ତି ସ୍ନାନ ଯାତ୍ରାର ଅଭାବନୀୟ ଚିତ୍ର ଥିଲା ଲଜ୍ଜିତ କଲା ଭଳି । ମହାପ୍ରଭୁଙ୍କ ଅପୁର୍ବ ନୀତିକୁ ଟିଭି ପରଦାରେ ଦେଖୁଥିବା ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ଏହା ଅଘାତ ନିଶ୍ଚିତ ଆଘାତ ଦେଇଥିବ । ତେଣୁ ଏହି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଏଭଳି ଚରମବାଣୀ ଶୁଣାଇଛନ୍ତି ଚଳନ୍ତି ଠାକୁର ଗଜପତି ମହାରାଜ । କାଳିଆ ଠାକୁରଙ୍କ ପ୍ରତିଟି ରୀତି ପାଇଁ ନୀତି ରହିଛି । ପ୍ରତିଟି ନୀତି ପାଇଁ ସେବକ ଅଛନ୍ତି । ତେଣୁ ନୀତି ଠାରୁ ରୀତି ଠାରୁ କେହି ଉପରେ ନାହାନ୍ତି ବୋଲି କହିଛନ୍ତି ଗଜପତି ।

ସେପଟେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବା ଉପରେ ମଧ୍ୟ ଗଜପତି ପ୍ରଶ୍ନ ଉଠାଇଛନ୍ତି । ଦଇତାପତିଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିନ୍ଦା କରିଛନ୍ତି ଉଭୟ ଶଙ୍କରାଚାର୍ଯ୍ୟଙ୍କ ଓ ଗଜପତି । ସମନ୍ୱୟ କମିଟିରେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକୁ ହଁ ଭରି ଯାତ୍ରା ବେଳେ ବିଶୃଙ୍ଖଳା ସୃଷ୍ଟି କରିବାକୁ ମଧ୍ୟ ନାପସନ୍ଦ କରିଛନ୍ତି ଉଭୟେ ।