ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଗେଲ୍ (ଇଣ୍ଡିଆ) । ‘ଫୋନି’ ବିପନ୍ନଙ୍କ ପାଇଁ ଦେଲା ୫ କୋଟି ଟଙ୍କାର ସହାୟତା ।

237

କନକ ବ୍ୟୁରୋ : ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଗେଲ୍ (ଇଣ୍ଡିଆ) ତରଫରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)କୁ ରିଲିଫ ଏବଂ ଥଇଥାନ ବାବଦକୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । କେ ଭି ଜି ଶ୍ରୀନିବାସ, ଜେନେରାଲ ମ୍ୟାନେଜର (ନିର୍ମାଣ), ଗେଲ୍ (ଇଣ୍ଡିଆ) ଆଜି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଓସଡମା ମୁଖ୍ୟ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର, ଓଡ଼ିଶା, ଶ୍ରୀ ବିଷ୍ଣୁପଦ ସେଠୀଙ୍କୁ ୫ କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ ।

ଗେଲ୍, ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ କମ୍ପାନୀ, ଓଡ଼ିଶାରେ ନିଜର ସମ୍ପ୍ର୍ରସାରିତ ପ୍ରକଳ୍ପ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ କରୁଛି । ଏହା ଭୁବନେଶ୍ୱର ଏବଂ କଟକରେ ସହରୀ ଗ୍ୟାସ ବିତରଣ ନେଟୱର୍କକୁ ମଧ୍ୟ ପରିଚାଳନା କରୁଛି । ବାତ୍ୟା ପରେ ଗେଲ୍ (ଇଣ୍ଡିଆ) ସ୍ୱଳ୍ପ ସମୟ ମଧ୍ୟରେ ସହରରେ ଜେନେରେଟର ସୁବିଧା ସହିତ ସିଏନଜି ଯୋଗାଣକୁ ପୁର୍ନରୁଦ୍ଧାର କରିପାରିଛି ।