ପୁରୀ ସ୍ୱର୍ଗଦ୍ୱାରରେ ମନମୋହନ ମହାପାତ୍ରଙ୍କ ଶେଷକୃତ ସମ୍ପନ୍ନ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସଂସ୍କାର, ବଡ଼ ପୁଅ ଦେଲେ ମୁଖାଗ୍ନୀ ।

178

କନକ ବ୍ୟୁରୋ : ବିଦାୟ ମନମୋହନ । ଓଡିଆ ସିନେ ଦୁନିଆର ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଓ ଲେଖକ ମନମୋହନ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସଂପନ୍ନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ମନମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏବଂ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି ।

ମନମୋହନ ମହାପାତ୍ର । ଓଡିଆ ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ଜଣେ ନିର୍ମାତା, ନିର୍ଦ୍ଦେଶକ ଓ ଲେଖକ ଭାବେ ପରିଚିତ ମନମୋହନ ମହାପାତ୍ରଙ୍କ ୬୯ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ମନମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ୧୯୫୧ ମସିହା ନଭେମ୍ବର ୧୦ରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମନମୋହନ । ଭଲ ଫିଲ୍ମଟିଏ ନିର୍ଦ୍ଦେଶନା କରିବା ସବୁବେଳେ ତାଙ୍କୁ ଆକର୍ଷିତ କରିଥାଏ । ନୀରବ ଝଡ, ନିଶିଦ୍ଧ ସ୍ୱପ୍ନ, କିଛି ସ୍ମୃତି.. କିଛି ଅନୁଭୁତି, ଅନ୍ଧ ଦିଗନ୍ତ, ବିନୟ ସମୟ, ଅଗ୍ନିବୀଣା, ମହୁରତ ପରି ଅନେକ ସିନେମା ଭେଟିଦେଇଛନ୍ତି ମନମୋହନ ମହାପାତ୍ର । ନିଜ ଦକ୍ଷ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନେକଥର ପୁରସ୍କୃତ ହୋଇଛନ୍ତି ।