ଫ୍ରୁଟ ଜୁସ ପିଉଛନ୍ତି କି ? ହୋଇପାରନ୍ତି ଟାଇପ ୨ ଡାଇବେଟିସର ଶିକାର !

192

ଫଳ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । କାରଣ ଫଳରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ । କିନ୍ତୁ ଏହି ଫଳକୁ ଜୁସ କରି ପିଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ନୁହେଁ । କାରଣ ଫଳକୁ ଜୁସ କରି ପିଇବା ଦ୍ୱାରା ଏଥିରେ ଥିବା ପୋଷକତତ୍ତ୍ୱ ବାହାରି ଯାଇଥାଏ । କିନ୍ତୁ ଏ କଥା ବହୁ କମ୍ ଲୋକ ଜାଣନ୍ତି । ପ୍ରାୟତଃ ଅଧିକାଂଶ ଲୋକ ବ୍ରେକଫାଷ୍ଟ ସମୟରେ ବି ଜୁସ ପିଇବାକୁ ପସନ୍ଦ କରିଥାନ୍ତି । ତେବେ ଏକ ରିସର୍ଚ୍ଚ ଅନୁଯାୟ. ଫଳ ଜୁସ ପିଇବା ଦ୍ୱାରା ଟାଇପ ୨ ଡାଇବେଟିସ ଭଳି ରୋଗର ସମ୍ଭାବନା ବୃଦ୍ଧି ପାଇଥାଏ ।

tesco_summer_fruits_juice_drinkସାଧାରଣତଃ ଫ୍ରୁଟ ଜୁସରେ ବହୁ କମ ମାତ୍ରାରେ ଫାଇବର ଥାଏ ଏବଂ ଅଧିକ ପରିମାଣରେ ସୁଗାର ତତ୍ୱ ରହିଥାଏ । ଗବେଷକମାନଙ୍କ ମତରେ ଡାଇବେଟିସ ପୀଡିତାଙ୍କୁ ବେଶି ସୁଗାର ରହିଥିବା ଫ୍ରୁଟକୁ ଜୁସ କରି ପିଇବା କରିବା ଅନୁଚିତ । ଏହାଦ୍ୱାରା ଡାଇବେଟିସର ସମ୍ଭାବନା ବଢି ଯାଇଥାଏ । ତେବେ ଫ୍ରୁଟ ଜୁସ ଯୋଗୁଁ କିପରି ଡାଇବେଟିସ ରୋଗ ବଢିଥାଏ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ବୈଜ୍ଞାନିକଙ୍କ ମତରେ ଫ୍ରୁଟ ଜୁସ ପିଇବା ଦ୍ୱାରା ଡାଇବେଟିସ ରୋଗର ସମ୍ଭାବନା ଅଧିକ ବଢିଯାଏ । ଆମେ ପୋଷକତତ୍ତ୍ୱ ପାଇବା ପାଇଁ ଫ୍ରୁଟ ଜୁସ ପିଇଥାଉ । କିନ୍ତୁ ଜୁସରେ ରହିଥିବା ସୁଗାର ତତ୍ୱ ବଢିଯିବା ହେତୁ ବ୍ଲଡ ପ୍ରେସର ବଢିବା ସମ୍ଭାବନା ମଧ୍ୟ ଅଧିକ ଦେଖାଯାଏ । ଅନ୍ୟପଟେ ଫଳ ଓ ଶାଗକୁ ତରକାରୀ କରି ଖାଇବା କରିବା ଦ୍ୱାରା ଡାଇବେଟିସ ହେବାର ସମ୍ଭାବନା କମିଥାଏ । କାରଣ ସେଥିରେ ଅଧିକ ମାତ୍ରାରେ ଫାଇବର ଓ ମାଇକ୍ରନ୍ୟୁଟ୍ରିଏଣ୍ଟସ ମିଳିଥାଏ ।

0c2a9bef4022c1ba9d9863171f6737a8ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ଫ୍ରୁଟ ଜୁସ ପ୍ରସ୍ତୁତି ସମୟରେ ଫଳରେ ଥିବା ସବୁ ଫାଇବର ପୋଷଣ ବାହାରି ଯାଏ । ଯାହାଫଳରେ ଲୋକେ ଏକାଥରେ ଅଧିକ ପରିମାଣର ଜୁସ ପିଇଥାନ୍ତି । ଗବେଷକଙ୍କ କହିବା ଅନୁଯାୟୀ, ଦିନରେ ମାତ୍ର ଗୋଟିଏ ଗ୍ଲାସ ଜୁସ ପିଇବା ଶରୀର ପାଇଁ ସ୍ୱାସ୍ଥ୍ର୍ୟକର ।

ଗବେଷକଙ୍କ କହିବା ଅନୁଯାୟୀ, ଅଧିକ ସୁଗାର ଥିବା ଫଳରେ ଜୁସ କରି ପିଇବା ଦ୍ୱାରା ଟାଇପ ୨ ଡାଇବେଟିସ ରୋଗର ସମ୍ଭାବନା ବୃଦ୍ଧି ପାଇଥାଏ । ତେବେ ଟାଇପ ୨ ଡାଇବେଟିସର ଲକ୍ଷଣକୁ ଚିହ୍ନିବା ସାଧାରଣ ମଣିଷ ପକ୍ଷେ କଷ୍ଟକର । ତେଣୁ ଅଧିକ ଶୋଷ ଲାଗିବା, ଅଧିକ କ୍ଲାନ୍ତ ଅନୁଭବ କରିବା, ଅସ୍ୱାଭାବିକ ଭାବେ ଓଜନ ହ୍ରାସ ହେବା ଓ ଝାପସା ଦେଖାଯିବ ଭଳି ସମସ୍ୟା ଦେଖାଦେଲେ ସାବଧାନ ହୋଇ ଯାଆନ୍ତୁ । କାରଣ ଏହି ସବୁ ଲକ୍ଷଣ ଟାଇପ ୨ ଡାଇବେଟିସର ଲକ୍ଷଣ । ତେଣୁ ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଏହି ରୋଗର କୌଣସି ନିରାକରଣ ନାହିଁ । ତେଣୁ ଡାଇବେଟିସକୁ କମ କରିବା ପାଇଁ ନିଜ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ପ୍ରତିଦିନ ବ୍ୟାୟାମ କରିବା ସହ ସନ୍ତୁଳିତ ଡାଏଟ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।

ସୌଜନ୍ୟ : ଡେଲିହଣ୍ଟ