କନକ ବ୍ୟୁରୋ : ଦିନକ ପରେ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ସମୁଦାୟ ୨୮ପ୍ଲାଟୁନ୍ ପୁଲିସ ଫୋର୍ସ, ୨ପ୍ଲାଟୁନ୍ ଷ୍ଟ୍ରାଇକିଂ ଫୋର୍ସ, ୨ୟୁନିଟ୍ ଏସ୍ଟିୟୁ, ୭ ସେକ୍ସନ୍ କ୍ୟୁଆର୍ଟି, ୧୦୦ ପାଖାପାଖି ଅଫିସର, ୪ ଜଣ ଆଡିସନାଲ୍ ଡିସିପି ଓ ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ଏହାବ୍ୟତୀତ ଲୋୟର ପିଏମଜିରେ ବିକ୍ଷୋଭକାରୀଙ୍କ କାର୍ଯ୍ୟକଳାପ ଉପରେ ସିସି କ୍ୟାମେରା ନଜର ରଖିବ।
/kanak/media/post_attachments/wp-content/uploads/2019/05/Odisha-assembly.jpg)
/kanak/media/post_attachments/wp-content/uploads/2019/02/104_8530.jpg)
ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, କମିସନର୍ ସତ୍ୟଜିତ୍ ମହାନ୍ତିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ସନ୍ଧାନୀ କୁକୁର ମାଧ୍ୟମରେ ବିଧାନସଭା ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ସେହିପରି ବିଧାନସଭା ଅଧିବେଶନ ବେଳେ ୫୦ରୁ ଅଧିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ, ଧାରଣା ଓ ଅନଶନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଇନଶଙ୍ଖଳା ପରିସ୍ଥିତ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷକରି କେତେକ ସଂଗଠନ ବିଧାନସଭା ଅଧିବେଶନ ବେଳେ ଆଇନକୁ ହାତକୁ ନେବାର ଗୁଇନ୍ଦା ସୂଚନା ମିଳିଛି।
ତେଣୁ ଏଭଳି ସଂଗଠନଗୁଡ଼ିକ ଉପରେ ଲୋୟର ପିଏମଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯିବ। ବିଧାନସଭା ଆରମ୍ଭ ହେବା କ୍ଷଣି ମାଷ୍ଟରକ୍ୟାଣ୍ଟିନ୍-ପିଏମଜି ରାସ୍ତାକୁ ସିଲ୍ କରାଯିବ। ଦୁଇଟି ପର୍ଯ୍ୟାୟରେ ଆସନ୍ତା ୨୫ରୁ ଜୁଲାଇ ୨ ଓ ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବସିବାକୁ ଥିବା ବିଧାନସଭା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି।