ରାଜନୀତିରେ ବନ୍ଧୁତା ! ବିହାରରୁ ବିଜେପି ଯାଏଁ . . ଏଠି ସମୟ ବଡ଼ ବଳବାନ୍

62

ଆଜି ହେଉଛି ବନ୍ଧୁତା ଦିବସ ଅର୍ଥାତ୍ ବନ୍ଧୁଙ୍କ ପାଇଁ ଦିନ ଟିଏ । ବନ୍ଧୁ ଏବଂ ବନ୍ଧୁତାକୁ ନେଇ ଅନେକ କାହାଣୀ ଏବଂ ସିନେମା ମଧ୍ୟ ଦେଖିଥିବେ । ତେବେ ଏହି ଫ୍ରେଣ୍ଡସିପ୍ ଡେ ଅବସରରେ ଆଜି ଆମେ ଦେଶର ସେହି ରାଜନେତାମାନଙ୍କ କଥା କହିବୁ ଯେଉଁମାନଙ୍କ ବନ୍ଧୁତା ସବୁବେଳେ ଚର୍ଚ୍ଚାରେ ଥାଏ । ଏମିତି ଦେଖିବାକୁ ଗଲେ ରାଜନୀତିରେ ବେଶୀ ଦିନ ଯାଏଁ କେହି କାହାର ବନ୍ଧୁ ହୋଇ ରହିପାରିନଥାଏ । ଆଜି ଯିଏ ମିତ୍ର ଥାଏ କାଲି ସିଏ ଶତ୍ରୁ ହୋଇପାରେ । ଆଉ କାଲିର ଶତ୍ରୁ ଆଜିର ମିତ୍ର ହୋଇଥାଏ । ଏବେ ନଜର ପକାନ୍ତୁ ସେମିତି କିଛି ଚର୍ଚ୍ଚିତ ରାଜନେତା ଏବଂ ତାଙ୍କ ବନ୍ଧୁତ୍ୱ ଉପରେ ।

ଲାଲୁ – ନୀତିଶ୍ :

ଯଦି ବନ୍ଧୁତା ପ୍ରସଙ୍ଗ ଉଠେ ତେବେ ସର୍ବ ପ୍ରଥମେ ଆସେ ବିହାରର ଦୁଇ ହେଭିୱେଟ୍ ନେତାଙ୍କ କଥା । ଅର୍ଥାତ୍ ଲାଲୁ ଏବଂ ନୀତିଶ୍ । ହେଲେ କିଛି ଦିନ ତଳେ ଉଭୟଙ୍କ ବନ୍ଧୁତାରେ ଲାଗିଯାଇଛି ଗ୍ରହଣ । ଉଭୟଙ୍କ ସଂପର୍କର କାହାଣୀ କୌଣସି ଟେଲିଭିଜନ୍ ଧାରାବାହିକ ଟୁଇଷ୍ଟ୍ ଠାରୁ କମ୍ ନୁହେଁ । ଏମାନଙ୍କ ମିତ୍ରତା ଏବଂ ଶତ୍ରୁତା ବିଗତ ୨୫ବର୍ଷ ହେବ ଚାଲିଆସିଛି ।

ମୋଦି – ନୀତିଶ୍ :

ଲାଲୁଙ୍କ ସହ ସଂପର୍କ ଭାଙ୍ଗିବାପରେ ମୋଦିଙ୍କ ହାତ ଧରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର । ହେଲେ ଯେଉଁ ମୋଦିଙ୍କ ହାତ ଆଜି ଧରିଛନ୍ତି ୨୦୧୩ରେ ସେହି ମୋଦିଙ୍କ ସହ ସଂପର୍କ ଭାଙ୍ଗି ଦେଇଥିଲେ ନୀତିଶ୍ । ଆଉ ଏହି ଘଟଣାରୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜନୀତିରେ ଶତ୍ରୁତା ଅଧିକ ଦିନ ରହିପାରେନାହିଁ । ଯେମିତି ଟିକେ ଝଟକାରେ ସଂପର୍କର ସେତୁ ଭା

ରାହୁଲ୍ – ଅଖିଲେଶ୍ :

ଉତ୍ତରପ୍ରଦେଶ ନିର୍ବାଚନରେ ଏହି ଦୁଇ ଯୁବନେତାଙ୍କ ଚର୍ଚ୍ଚା ଖୁବ୍ ହୋଇଥିଲା । ନିର୍ବାଚନର ଠିକ୍ ପୂର୍ବରୁ ଉଭୟ ଦଳର ମେଂଟ ତ ହେଲା ଏହା ସହ ଉଭୟଙ୍କ ବନ୍ଧୁତା ଖୁବ୍ ଚର୍ଚ୍ଚା ସାଉଁଟିଥିଲା । ତେବେ ଏହି ମେଂଟ ନିର୍ବାଚନରେ କମାଲ୍ ଦେଖାଇପାରିନଥିଲା । ବିଜେପି ଆଗରେ ଯେମିତି ଧରାସାୟୀ ହୋଇ ଯାଇଥିଲା । କିନ୍ତୁ ରାହୁଲ ଏବଂ ଅଖିଲେଶଙ୍କ ବନ୍ଧୁତା ଆଜି ବି ରହିଛି ।

ଲାଲୁ – କେଜରିୱାଲ୍ :

୨୦୧୫ରେ ନୀତିଶ୍ କୁମାରଙ୍କ ଶପଥ ସମାରୋହରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ଲାଲୁ ଏବଂ କେଜରିୱାଲ୍ ପରସ୍ପରକୁ କରିଥିଲେ ଆଲିଙ୍ଗନ ଯାହା ପୁରା ଦେଶରେ ପାଲଟିଯାଇଥିଲା ଚର୍ଚ୍ଚାର ବିଷୟ । ଏନେଇ ଉଭୟଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ହେଲେ ଏସବୁ ପରେ ବି ଉଭୟଙ୍କ ବନ୍ଧୁତା ଏହି ମଂଚରେ ସଫା ସଫା ନଜର ଆସିଥିଲା ।

ମୁଲାୟମ୍ ସିଂହ ଯାଦବ – ଅମର ସିଂହ :

ଅମର ସିଂହ ଏବଂ ମୁଲାୟମ୍ ସିଂହ ଯାଦବଙ୍କ ବନ୍ଧୁତା ଖୁବ୍ ପୁରୁଣା । ୧୯୯୫ରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବନ୍ଧୁତା ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଉଭୟଙ୍କ ମଧ୍ୟରେ ମତଭେଦ ହେବା ପରେ ଅମର ସିଂହଙ୍କୁ ପାର୍ଟିରୁ ବାହାର କରିଦିଆଯାଇଥିଲା । କିନ୍ତୁ କିଛି ଦିନ ପରେ ମୁଲାୟମଙ୍କ ଅମର ପ୍ରେମ ଜାଗି ଉଠିଥିଲା । ଆଉ ପୁଣି ଥରେ ସେ ଅମର ସିଂହଙ୍କ ବନ୍ଧୁତା କରିଥିଲେ ।

ଲାଲକୃଷ୍ଣ ଆଡଭାଣୀ – ମୂରଲୀ ମନୋହର ଯୋଶୀ :

ବିଜେପିର ତିନି ରତ୍ନ ମଧ୍ୟରୁ ଲାଲକୃଷ୍ଣ ଆଡଭାଣୀ ଏବଂ ମୂରଲୀ ମନୋହର ଯୋଶୀଙ୍କ ବନ୍ଧୁତା ବେଶ୍ ପୁରୁଣା । ଆଜି ବିଜେପି ଯେଉଁ ସ୍ଥାନରେ ଅଛି ସେଥିରେ ଉଭୟଙ୍କ ସମାନ ଅବଦାନ ରହିଛି । ଏବେ ପାର୍ଟିରେ ଉଭୟ ନେତାଙ୍କ ସମାନ ଅବସ୍ଥା ରହିଛି ।