ଆସନ୍ତା ୨୫ ତାରିଖରେ ୯ଟି ବୁଥରେ ହେବ ସାନି ମତଦାନ । ଜାଣନ୍ତୁ କେଉଁ ବୁଥରେ କେଉଁ ସମୟରେ ହେବ ନିର୍ବାଚନ ?

631

କନକ ବ୍ୟୁରୋ : ଆଗାମୀ ୨୫ ତାରିଖରେ ରାଜ୍ୟର ୯ଟି ବୁଥରେ ହେବ ସାନି ମତଦାନ । ପ୍ରଥମ ଓ ଦ୍ୱିନୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ଏହି ୯ଟି ବୁଥରେ ସାନି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ସୁରେନ୍ଦ୍ର କୁମାର ।


ସାନି ନିର୍ବାଚନ ହେବାକୁ ଥିବା ୯ଟି ବୁଥ ଗୁଡିକ ମଧ୍ୟରେ ସୁନ୍ଦରଗଡର ୨ଟି, କନ୍ଧମାଳର ୨ଟି, ବରଗଡର ୪ଟି ଓ ଆସ୍କାର ଗୋଟିଏ ବୁଥ ରହିଛି । ସୁନ୍ଦରଗଡର ବଣାଇର ୧୨୯ ନମ୍ବର ବୁଥ୍, ସୁନ୍ଦରଗଡ ୨୧୩ ନମ୍ବର ବୁଥ୍, କନ୍ଧମାଳ ଦଶପଲ୍ଲାର ୨୧୦ ଓ ୨୨୨ ନମ୍ବର ବୁଥରେ ସାନି ମତଦାନ ହେବ । ସେହିଭଳି ବରଗଡ ଅତାବିରାର ୨୩୫ ନମ୍ବର, ବରଗଡର ୬୮ ନମ୍ବର ବୁଥ, ପଦ୍ମପୁରର ୧୬ ନମ୍ବର ବୁଥ୍ ଓ ବ୍ରଜରାଜନଗରର ୨୫୪ ନମ୍ବର ବୁଥରେ ସାନି ମତଦାନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପଟେ ଆସ୍କା ସୋରଡାର ୧୮୨ ନମ୍ବର ବୁଥରେ ମଧ୍ୟ ସାନି ମତଦାନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ୯ଟି ବୁଥରୁ କିଛି ସ୍ଥାନରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆଉ କିଛି ସ୍ଥାନରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।