୧୧ ଦିନ ପରେ ଠାବ ହେଲେ ନିଖୋଜ ବାବୁଲା ! ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥା ଉଦ୍ଧାର

43

କନକ ବ୍ୟୁରେ: ଠାବ ହେଲେ ବାବୁଲା । ଭୁବନେଶ୍ୱରରୁ ଠାବ ହୋଇଛନ୍ତି ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ଠାବ କରିଛି ମଂଚେଶ୍ୱର ପୋଲିସର ସ୍ୱତନ୍ତ୍ର ଟିମ୍ । ଏହି ସୂଚନା ଦେଇଛି ପୋଲିସ । ସେ ଡିହାଇଡ୍ରେସନ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ବର୍ତମାନ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ସହ ରହିଛନ୍ତି ।

ଗତ ୧୬ ତାରିଖରେ ରାଜଭବନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଗ୍ରାମୀ ପରିବାରର ଦାୟଦଙ୍କୁ ସମ୍ବର୍ଧନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସେ ତାଙ୍କ ବାପାମାଆଙ୍କ ସହ ଭୁବନେଶ୍ୱର ଆସିଥିଲେ । ଫେରିବା ବେଳେ ଭୁବନେଶ୍ୱର ରେଲ ଷ୍ଟେସନରୁ ନିଖୋଜ ହୋଇଯାଇଥିଲେ । ତାଙ୍କ ନିଖୋଜ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ବିଜେଡି ଓ ବିଜେପି ପରସ୍ପରକୁ ଦୋଷ ଦେଇଥିଲେ । ଆରପଟେ ସେ ଘରୋଇ କଳି ଯୋଗୁଁ ଜାଣିଶୁଣି ଘରୁ ବାହାରେ ରହିଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ । ତେବେ ବାବୁଲା କାହିଁକି ନିଖୋଜ ଥିଲେ ସେନେଇ ସ୍ପଷ୍ଟ ହୋଇନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –