ଓଡ଼ିିଶାରେ ଚତୁର୍ଥ କରୋନା ପଜିଟିଭ୍ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୪ । ଦୁବାଇରୁ ଫେରିଥିବା ଏହି ଯୁବକଙ୍କ ନମୂନା ଆସିଲା ପଜିଟିଭ୍ । ଜାଣନ୍ତୁ କେଉଁ ଜିଲ୍ଲାରେ ଚିହ୍ନଟ ହେଲା ୪ର୍ଥ ଆକ୍ରାନ୍ତ ?

11,647

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଜଣେ ୨୯ ବର୍ଷିୟ ଯୁବକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । କରୋନା ଆକ୍ରାନ୍ତ ଯୁବକ ଜଣକ ଭଦ୍ରକର ବୋଲି ସୂଚନା ମିଳିଛି । କିଛି ଦିନ ତଳେ ସେ ଦୁବାଇରୁ ଫେରିଥିଲେ । ଏହାକୁ ମିଶାଇ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି ।

ତେବେ ୪ର୍ଥ ପଜିଟିଭ ଭଦ୍ରକର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୩ ଆକ୍ରାନ୍ତ ଭୁବନେଶ୍ୱର ଥିଲେ । ତେବେ ୪ର୍ଥ ଆକ୍ରାନ୍ତ କେଉଁ ଫ୍ଲାଇଟରେ ଆସିଥିଲେ ଆଉ କେତେ ଜଣଙ୍କ ସହ ସଂସ୍ପର୍ଶରେ ଆସିଥିଲେ ତାହା କଣ୍ଟାକ ଟ୍ରେସିଂ ପର ଜଣାପଡିବ ।

ତେବେ ଆଜି ୧୩୭ଟି ନମୂନା ପରୀକ୍ଷା ହୋଇଥିଲା । ସେଥିରୁ ଆରଏମଆରସିରେ ୧୧୯ଟି, ଏମ୍ସରେ ୧୫ଟି ଏବଂ ଏସସିବିରେ ୩ଟି ନମୂନା ପରୀକ୍ଷା ହୋଇଥିଲା । ତେବେ ଏମ୍ସରେ ପରୀକ୍ଷା ହୋଇଥିବା ନମୂନା ପଜିଟିଭ ଆସିଛି । ଭଦ୍ରକ ଯୁବକଙ୍କ ନମୂନା ଏମ୍ସକୁ ଦିଆଯାଇଥିଲା । ଆଉ ତାହା ପଜିଟିଭ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।