ଶ୍ରୀମନ୍ଦିର ସଂସ୍କାର ମାମଲାରେ ନିଯୁକ୍ତ ହେଲେ ନୂଆ ଆମିକସ କ୍ୟୁରି । ସୁବ୍ରମଣ୍ୟମଙ୍କ ପରେ ରଣଜିତ କୁମାରଙ୍କୁ ଦିଆଗଲା ଦାୟିତ୍ୱ

ରଣଜିତଙ୍କୁ ସହଯୋଗ କରିବେ ବରିଷ୍ଠ ଆଇନୀଜୀବ ପ୍ରିୟା ହିଙ୍ଗୁରାନୀ

168

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ପାଇଁ ନୂଆ ଆମିକସ କ୍ୟୁରି ନିଯୁକ୍ତ ହୋଇଛନ୍ତି । ପୂର୍ବତନ ସଲିସିଟିର ଜେନେରାଲ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାରଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ସହଯୋଗ କରିବେ ବରିଷ୍ଠ ଆଡଭୋକେଟ ପ୍ରିୟା ହିଙ୍ଗୁରାନୀ । ଗୋପାଳ ସୁବ୍ରମଣ୍ୟମଙ୍କ ସ୍ଥାନରେ ରଞ୍ଜିତ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ଗତବର୍ଷ କହିଥିଲେ ।

suprime court

ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ବିଭିନ୍ନ ସଙ୍ଗଠନ , ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା କରିବାକୁ ଗୋପାଳ ସୁବ୍ରମଣ୍ୟମଙ୍କୁ ନିୟୁକ୍ତ କରିଥିଲେ ସୁପ୍ରିମକୋର୍ଟ । ଗୋପାଳ ସୁବ୍ରମଣ୍ୟମ ମଧ୍ୟ ଶ୍ରୀମନ୍ଦିର ଆସି ଏ ବାବଦରେ ଆଲୋଚନା କରିଥିଲେ । କିନ୍ତୁ ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଏଥିରୁ ଇସ୍ତଫା ଦେଇଥିଲେ ।

ଏହା ପରେ ରଞ୍ଜିତ କୁମାର ନୂଆ ନିଯୁକ୍ତ ପାଇଛନ୍ତି । ୨୦୧୪ ଜୁନ ୭ ତାରିଖରେ ରଞ୍ଜିତ କୁମାରଙ୍କୁ କେନ୍ଦ୍ର ସରକାର ସିଲିସିଟିର ଜେନେରାଲ ଭାବେ ନିଯୁକ୍ତି ଦେଇଥିଲେ । ପରେ ସେ ୨୦୧୭ ଅକ୍ଟୋବର ୨୦ରେ ବ୍ୟକ୍ତିଗତ କାରଣ ଦର୍ଶାଇ ଏଥିରୁ ଇସ୍ତଫା ଦେଇଥିଲେ ।