ପୁସ୍ତକ ଉନ୍ମୋଚନ କଲେ : ମୋଦିଙ୍କୁ ଟାର୍ଗେଟ କଲେ । କହିଲେ, ମିଡିଆ ଆଗରେ ଡରିବା ବାଲା ପ୍ରଧାନମନ୍ତ୍ରୀ ମୁଁ ନଥିଲି

ମିଡିଆ ଆଗରେ ଡରିବା ବାଲା ପ୍ରଧାନମନ୍ତ୍ରୀ ମୁଁ ନଥିଲି

349

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗତକାଲି ନିଜର ଏକ ପୁସ୍ତକ ‘ପରିବର୍ତ୍ତନ ଭାରତ’ର ଉନ୍ମୋତନ ସମୟରେ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ, ମୁଁ ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଥିଲି ସେତେବେଳେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେବା ପାଇଁ ଡରୁନଥିଲି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେତେକ ଲୋକ ମତେ ମନୁଆ ପ୍ରଧାନମନ୍ତ୍ରୀ କହୁଥିଲେ । ତେବେ ତାହାର ଉତ୍ତର ମୋର ଏହି ବହି ଦେବ ବୋଲି ସେ କହିଛନ୍ତି । ମନମହୋନ କହିଛନ୍ତି କି ‘ ମୁଁ କେବେ ହେଲେ ମିଡିଆରେ କହିବା ସମୟରେ କୌଣସି ପ୍ରକାର ଭୟ ମୋର ମନରେ ସଂଚାର ହେଉନଥିଲା । ଯେଉଁ ସମୟରେ ବି କୌଣସି କାମରେ ବିଦେଶ ଯାଉଥିଲି । ତାହାପରେ ସାମ୍ବାଦିକ ସମ୍ମିଳନୀ କରୁଥିଲି ।ବିଶ୍ୱରେ ଏକ ବିଶାଳ ଅର୍ଥ ବ୍ୟବସ୍ଥା ଭାରତ ଭାଗ୍ୟରେ ରହିଥିବା ସେ କହିଛନ୍ତି । ଅନେକ ବାଧା ବିଘ୍ନ ଆସିଥିଲେ ମଧ୍ୟ ଭାରତ ସଠିକ ଭାବରେ ଆଗେଇ ଚାଲିଛି ବୋଲି ଶ୍ରୀ ସିଂହ କହିଛନ୍ତି’ ।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଦାୟିତ୍ୱ ତୁଲାଇଛି । କେନ୍ଦ୍ରସରକାର ଓ ରିଜର୍ଭ ବ୍ୟାଙ୍କ ସମ୍ପର୍କ ପତୀ-ପତ୍ନୀ ଭଳି ରହିବା ଦରକାର । କାରଣ ଦେଶ ଭଲ ଭାବରେ ଚାଲିବା ପାଇଁ ଏପରି ସମ୍ପର୍କ ରହିବା ନିହାତି ଆବଶ୍ୟକ ବୋଲି ଶ୍ରୀ ସିଂହ କହିଛନ୍ତି । ଅନେକ ସମୟରେ ମତଭେଦ ହୋଇଥାଏ । କିନ୍ତୁ ଏହା ପରେ ମଧ୍ୟ ନିଜ ମଧ୍ୟରେ ବୁଝାବଣା କରି ଦେଶର ଉନ୍ନତି ପାଇଁ କାମ କରିବାର ଆବଶ୍ୟକ ରହିଛି ।

 

ବର୍ତମାନ କେନ୍ଦ୍ରସରକାର ଆଉ ରିଜର୍ଭବ୍ୟାଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା ସମୟରେ ଶ୍ରୀ ସିଂହ ଏପରି କହିବାରୁ ରାଜନୀତି ଜୋର ଧରିଛି । ଏହାସହ ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ରତା ଓ ସମ୍ମାନ ରହିବାର ଆବଶ୍ୟକତା ରହିଛି । ଯିଏ ବି ତାହାର ମୁଖ୍ୟ ହେଇଛନ୍ତି ତାଙ୍କୁ ଅଭିନନ୍ଦନ । ଏହାସହ କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ସୁଦୃଢ କରିବ ପାଇଁ ରିଜର୍ଭ ବ୍ୟାଙ୍କ ସମ୍ପର୍କରେ ଅନେକ ତ୍ୱରିତ ପଦକ୍ଷେପ ନିଅନ୍ତୁ ।ମନମୋହନ କହିଛନ୍ତି ଯେ, ସାରା ଦେଶରୁ କଂଗ୍ରେସ ଲୋପ ପାଇବ ବୋଲି ଏକ ପ୍ରଚାର କରାଯାଉଥିଲା ।

 

Manmohan 2ହେଲେ ନିକଟରେ କଂଗ୍ରେସର ଫଳ ଦେଖିବା ପରେ ଏହି ଧାରଣା ଲୋକମାନଙ୍କ ମନରୁ ଦୂର ହୋଇଥିବା ବୋଲି ମୋର ଆଶା । ଲୋକମାନଙ୍କ ପାଇଁ ଅର୍ଥାତ ଲୋକମାନଙ୍କ ମଙ୍ଗଳ ପାଇଁ ସରକାର ଶାସନକୁ ଆସିଥାଏ । ତେଣୁ ଜନସାଧାରଣକୁ ସମସ୍ତ ପ୍ରକାର ସହାୟତା ଦେବା ସହ ଦେଶ କିପରି ଭାବରେ ବିକାଶ ହେବ ସେନେଇ ସମସ୍ତେ ଏକାଠି ହୋଇ କାମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି ।