କଟକରେ ଏଥର ହେବ ରୋଚକ ଲଢେଇ: ଭର୍ତ୍ତୃହରି ଓ ପ୍ରକାଶଙ୍କୁ ଟକ୍କର ଦେବେ କଂଗ୍ରେସ ହେଭିୱେଟ ପଂଚାନନ

ହାତୀ କାହା ମୁଣ୍ଡରେ ଢାଳିବ ସୁନାକଳସ ?

168

କନକ ବ୍ୟୁରୋ: କଟକ ଲୋକସଭା ଆସନରେ ହେବାକୁ ଯାଉଛି ଜୋରଦାର ଲଢେଇ । କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବା ପରେ ସିଲଭର ସିଟିରେ ଏଥରକ ଦେଖିବାକୁ ମିଳିଛି ତିନି ରାଜନୈତିକ ଦଳର ଘମାଘୋଟ ଲଢେଇ । ତେବେ କଟକ ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋଙ୍କୁ ମୈଦାନକୁ ଓହ୍ଲାଇଛି । ସେହିପରି ବିଜେଡି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଆଣିଛି ନୂଆ ମୁହଁ । ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ତିନି ହେଭିୱେଟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

image courtesy – updateodisha.com/

କଟକରେ ହେବ କଡା ଟକ୍କର । ଲୋକସଭା ଆସନ ଲଢେଇରେ ମୈଦାନରେ ଅଛନ୍ତି ୩ ହେଭିୱେଟ ଆଇପିଏସ ପ୍ରକାଶ ମିଶ୍ର ଓ ପାଂଚ ପାଂଚ ଥରର ସାଂସଦ ଭର୍ତୃହରି ମହତାବ ଏବଂ ପୂବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ । ପ୍ରକାଶ ମିଶ୍ର ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ଭର୍ତ୍ତୃହରିଙ୍କୁ ପୁଣି ଥରେ ରିପିଟ କରିଛି ବିଜେଡି । ସେହିପରି ପଂଚାନନ କାନୁନଗୋଙ୍କୁ ଆସ୍ଥା ପ୍ରକଟ କରିଛି କଂଗ୍ରେସ । ଭର୍ତୃହରି ମହତାବ ଏହି ଆସନରୁ ବିଜେଡି ଟିକେଟରେ ଲଗାତାର ୧୯୯୮ ମସିହାରୁ ଜିତିଆସୁଛନ୍ତି । ଏଥର ବି ତାଙ୍କୁ ଟିକେଟ ଦେଇଛି ବିଜୁ ଜନତା ଦଳ ।

ସେପଟେ ଏଥର ନୂଆମୁହଁ ଦେଇଛି ବିଜେପି । ଗତ ନିର୍ବାଚନରେ ଏହି ଆସନରୁ ସମୀର ଦେ ଲଢିଥିଲେ । ଏଥର କିନ୍ତୁ ଅଳ୍ପଦିନ ତଳେ ଦଳରେ ସାମିଲ ହୋଇଥିବା ପୂର୍ବତନ ଓଡିଶା ପୋଲିସ ଡିଜି ଆଇପିଏସ ପ୍ରକାଶ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ଆଉ ଟିକେଟ ପାଇବା ପରେ ପ୍ରକାଶ ମିଶ୍ର ଘରକୁ ଘର ବୁଲି କ୍ୟାମ୍ପେନ ବି ଆରମ୍ଭ କରିଦେଇଛନ୍ତି । ତେବେ କଟକ ଲୋକସଭା ଆସନ ପାଇଁ କଂଗ୍ରେସ ମଧ୍ୟ ହେଭିୱେଟ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋଙ୍କ ପ୍ରାର୍ଥୀ କରିଛି । ତେବେ ଗତ ନିର୍ବାଚନରେ ଅର୍ଥାତ୍ ୨୦୧୪ ନିର୍ବାଚନରେ କଂଗ୍ରେସ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପ୍ରାର୍ଥୀ କରିଥିଲା । ୧ ଲକ୍ଷ ୪୬ ହଜାର ଭୋଟରରେ ଅପରାଜିତା ବିଜେଡି ତଥା ଭର୍ତ୍ତୃହରି ମହତାବଙ୍କଠାରୁ ପରାସ୍ତ ହୋଇଥିଲେ । ତେବେ ୨୦୧୯ ଲଢେଇ ପାଇଁ ଏଥରକ ପଂଚାନନଙ୍କୁ ଭରଷିଛି ଦଳ । ୩ ହେଭିୱେଟଙ୍କ ମଧ୍ୟରୁ କାହାକୁ ବାଛିବେ କଟକବାସୀ । ତାହା କେବଳ ସମୟ କହିବ । ତେବେ କଂଗ୍ରେସ ପଂଚାନନ କାନୁନଗୋଙ୍କୁ ମୈଦାନକୁ ଓହ୍ଲାଇବା ପରେ ମୁକାବିଲା ତୀବ୍ର ହୋଇଛି ।