ସିସୋର ଚିଟଫଣ୍ଡ ମାମଲା: ସିବିଆଇ ହେପାଜତରେ ପୂର୍ବତନ ଓଏଏସ ଅଧିକାରୀ ପ୍ରଦୀପ ହୋତା

26

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ଲିଙ୍କରେ ପୂର୍ବତନ ଓଏଏସ ଅଧିକାରୀ ତଥା କଟକର ପୂର୍ବତନ ଜିଲ୍ଲାପାଳ ପ୍ରଦୀପ ହେତାଙ୍କୁ ହେପାଜତକୁ ନେଇଛି ସିବିଆଇ । ଗତକାଲି ସନ୍ଧ୍ୟାରେ ହୋତାଙ୍କୁ ସିବିଆଇ ପଚରାଉଚରା କରିଥିଲା । ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଖବର ଅନୁସାରେ, ହୋତାଙ୍କୁ ପ୍ରାୟ ୩ ଘଂଟା ଜେରା କରିଛି ସିବିଆଇ । ପ୍ରଦୀପ ହୋତା ଆପିକଲର ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଥିଲେ ।

୨୦୧୦ରେ ଆପିକଲର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ନବରଙ୍ଗପୁର ଓ ସମ୍ବଲପୁରରେ ପ୍ରୋସେସିଙ୍ଗ ୟୁନିଟ ପାଇଁ ସିସୋର ସହ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ସମୟରେ ସେ ସିସୋରକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି । ୨୦୧୪ରେ ମଧ୍ୟ ହୋତାଙ୍କୁ ସିବିଆଇ ଜେରା କରିଥିଲା । ଏହାଛଡା ପ୍ରଦୀପ ହୋତାଙ୍କ ପୁଅ ଦେବାଶିଷଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ ଜାରି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଦେବାଶିଷ ସିସୋର ଟୁରସ ଓ ଟ୍ରାଭେଲ୍ସର ମ୍ୟାନେଜର ଭାବେ କାମ କରୁଥିଲେ ।