ଆଗାମୀ ୪୮ ଘଣ୍ଟା ମଧ୍ୟରେ କ୍ରିକେଟରୁ ଅବସର ନେଇ ନିଷ୍ପତି ନେଇପାରନ୍ତି ଧୋନି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ୍ ପଡିବା ନେଇ ଚର୍ଚ୍ଚା  ।

353

ବିଶ୍ୱକପରୁ ଟିମ୍ ଇଣ୍ଡିଆ ବିଦାୟ ନେବା ପରେ ଏବେ ଧୋନିଙ୍କ ଅବସରକୁ ନେଇ କ୍ରିକେଟ ଜଗତରେ ଜୋର ଧରିଛି ଚର୍ଚ୍ଚା । ତେବେ ଧୋନି କ୍ରିକେଟରୁ ଅବସର ନେବେ କି ନାହିଁ ତାହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇପାରେ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ଉପରେ ଧୋନିଙ୍କ କ୍ରିକେଟ କ୍ୟାରିୟର ନିର୍ଭର କରୁଛି । ଆଗାମୀ ୧୯ ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ହେବ । ତେବେ ଏହା ପୂର୍ବରୁ ଧୋନି ବଡ ନିଷ୍ପତି ନେଇପାରନ୍ତି । ଦଳ ଚୟନ ପୂର୍ବରୁ ଧୋନୀଙ୍କ ସହ ଚୟନକର୍ତ୍ତା ଟିମ୍ ଆଲୋଚନା କରିପାରନ୍ତି । ଆଉ ଏଥିରେ ଧୋନିଙ୍କ ଅବସର ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ ।

ଚୟନକର୍ତ୍ତା ଟିମ୍ ସହ କଥା ହେବା ପରେ ଧୋନି ନିଜର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିନ୍ତୁ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟ. ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ଧୋନିଙ୍କୁ ବାଦ୍ ଦେଇପାରନ୍ତି ଚୟନକର୍ତ୍ତା । ଆଉ ଏହା ପୂର୍ବରୁ ଧୋନି କ୍ରିକେଟରୁ ଅବସର ନେଇ ଘୋଷଣା କରିପାରନ୍ତି । ଏହାପୂର୍ବରୁ ବିଶ୍ୱକପରେ ଧୋନିଙ୍କ ଧୀମା ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଥିଲେ କ୍ରିକେଟପ୍ରେମୀ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।