ଆରପାରିରେ ସୁଷମା । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କଲେ ସୁଷମା ସ୍ୱରାଜ

706

କନକ ବ୍ୟୁରୋ : ଆରପାରିରେ ସୁଷମା ସ୍ୱରାଜ । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଛାତିରେ ଯନ୍ତ୍ରଣା କାରଣରୁ ସୁଷମାଙ୍କୁ ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁଷମାଙ୍କର ଦେହାନ୍ତ ହୋଇଥିଲା ।

ଏହାର୍ପୂବରୁ ସୁଷମା ଧାରା ୩୭୦ ଉଚ୍ଛେଦକୁ ନେଇ ମୋଦି ସରକାରଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ମୋ ଜୀବନରେ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲି ବୋଲି ସୁଷମା ଟ୍ୱିଟରେ ଲେଖିଥିଲେ । ମାତ୍ର ୪ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ସୁଷମା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ଦ୍ୱିତୀୟ ମହିଳା ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସୁଷମା ୭ ଥର ସାଂସଦ ରହିଥିବା ବେଳେ ୩ଥର ବିଧାୟିକା ରହିଥିଲେ ।