କନକ ବ୍ୟୁରୋ: ଆଜି ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନମାଙ୍କନ ପତ୍ର ଦାଖଲ କରିବେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଅମିତ ଶାହ ଓ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟର ଦୁଇଟି ରାଜ୍ୟସଭା ଆସନ ଖାଲି ରହିଛି । ଏଥିମଧ୍ୟରୁ ଗୋଟିଏ ଆସନ ପାଇଁ ନିର୍ବାଚନ ଲଢିବେ କେନ୍ଦ୍ର ମନ୍ତ୍ରୀ ଏସ ଜୟଶଙ୍କର । ଅନ୍ୟ ଆସନ ପାଇଁ ଯୁଗଲଜୀ ମାଥୁରଜୀ ଠାକୁର ପ୍ରାର୍ଥୀ ହେବେ ବୋଲି ଜଣାପଡିଛି ।

Advertisment

publive-image

ଗତକାଲି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଔପଚାରିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସଂସଦ ଭବନରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଏହି ବିଶିଷ୍ଟ କୂଟନୀତିଜ୍ଞ । ୧୯୭୭ ବ୍ୟାଚର ଏହି ଭାରତୀୟ ବିଦେଶ ସେବା ଅଧିକାରୀ ପୂର୍ବରୁ ବିଦେଶ ସଚିବ ଥିଲେ । ଜୟଶଙ୍କର ମୋଦିଙ୍କ ଜଣେ ଘନିଷ୍ଟ ସହଯୋଗୀ ଭାବେ ବେଶ୍ ଜଣାଶୁଣା । ବିଦେଶ ବ୍ୟାପାର କ୍ଷେତ୍ରରେ ତାଙ୍କୁ ମୋଦିଙ୍କ କ୍ରାଇସିସ୍ ମ୍ୟାନେଜର ବୋଲି କୁହାଯାଏ ।