କନକ ବ୍ୟୁରୋ: ‘କାଳିଆ ପାଇଁ ରାତ୍ରି ଅନିଦ୍ରା’ । କାଳିଆ ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଦିନ ରାତି ଏକ କରି କାମ କରୁଛନ୍ତି ସରକାରୀ କର୍ମଚାରୀ । ଏହାରି ଭିତରେ ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିିୟା ଶେଷ ହୋଇଛି । ବାକି ଥିବା ଫର୍ମ ଗୁଡିକକୁ ଅନଲାଇନରେ ପଠାଇବା ପାଇଁ ଡାଟା ଏଂଟ୍ରି ଅପରେଟମାନେ ରାତି ତମାମ ଅନିଦ୍ରା ହୋଇ କାର୍ଯ୍ୟ କରୁଛନ୍ତି । ରାତ୍ରି ୧୧ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କମ୍ପ୍ୟୁଟର ରୁମରେ ବହୁସଂଖ୍ୟାକ ଅପରେଟର କାର୍ଯ୍ୟରେ ଲାଗିଛନ୍ତି । ଏହି କାର୍ଯ୍ୟର ନେତୃତ୍ୱ ନେଉଛନ୍ତି ଅସ୍ତରଙ୍ଗ ବିଡିଓ ଅଶୋକ କୁମାର ଲେଙ୍କା । ତାଙ୍କୁ କାର୍ଯ୍ୟରେ ସହାୟତା କରୁଛନ୍ତି କୃଷି, ସମବାୟ ବିଭାଗର ପଦାଧିକାରୀ ।
ଗତ କିଛି ଦିନ ପୂର୍ବେ କାଳିଆ ଯୋଜନାର ଆବେଦନ ତାରିଖ ବୃଦ୍ଧି କରିବା ସାଙ୍ଗକୁ ହିତାଧିକାରୀଙ୍କୁ ୨୬ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟଙ୍କା ପହଁଚିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୩୦ ଲକ୍ଷ ଚାଷୀଙ୍କୁ ଏହି ଯୋଜନାରେ ସାମିଲ ହୋଇ ଲାଭ ଉଠାଇ ପାରିବେ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ ପ୍ରତି ବ୍ଲକର କାର୍ଯ୍ୟାଳୟରେ ରାତିସାରା ଅନିଦ୍ରା ହୋଇ ଏହି କାର୍ଯ୍ୟକୁ ସଫଳ କରାଇବା ପାଇଁ ଲାଗିପଡ଼ିଛନ୍ତି ସରକାରୀ ବାବୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Sequence-1-01551519.jpg)