କନକ ବ୍ୟୁରୋ : ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବନ୍ୟା ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଅରୁଣାଂଚଳ ପ୍ରଦେଶରେ ଲଗାତାର ବର୍ଷା ଫଳରେ ବ୍ରହ୍ମପୁତ୍ର ଏବଂ ଏହାର ସହଯୋଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଆସାମରେ ୬ଟି ଜିଲ୍ଲାରେ ଭୟାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ନଦୀରେ ପ୍ରବଳମାତ୍ରାରେ ପାଣି ଆସିବାରୁ ଅନେକ ତଳିଆ ଅଞ୍ଚଳରେ ଲୋକମାନଙ୍କ ଘର ଭିତରେ ପାଣି ପଶିଯାଇଛି । ।
/kanak/media/post_attachments/wp-content/uploads/2018/09/17regswirl_1922321.jpg)