କନକ ବ୍ୟୁରୋ : ବନ୍ୟା ପାଣି ଭସାଇ ନେଇଛି ପୋଲ । ତା’ ସାଙ୍ଗରେ ଭସାଇ ନେଲା ଗୋରୁ ଗାଈଙ୍କୁ । କ୍ୟାମେରାରେ କଏଦ୍ ହୋଇଛି ବନ୍ୟା ବିଭୀଷିକାର ଏପରି କରାଳ ଦୃଶ୍ୟ । ଘଟଣାଟି ହେଉଛି ଆସାମ ନାଗାଓଁର । ଭିଡିଓରେ ଦେଖିବାକୁ ମିଳିଛି ବନ୍ୟା ପାଣିର ପ୍ରବଳ ସ୍ରୋତରେ ଟଳ ମଳ ହେଉଛି ପୋଲଟି । ଆଉ ଶେଷରେ ଜଳର କ୍ଷୀପ୍ର ସ୍ରୋତ ଆଗରେ ହାର ମାନି ଭାଙ୍ଗି ପଡିଛି ପୋଲ । ତେବେ ପାଣିର ପ୍ରବଳ ସ୍ରୋତରେ ଭାସିଯାଇଛନ୍ତି ଗୋରୁ ଗାଈ । ପ୍ରବଳ ବର୍ଷା ଯୋଗୁଁ ଆସାମରେ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଅଂଚଳରେ ବନ୍ୟା ପାଣି ପଶି ଯାଇଛି । ଫଳରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି ।
ଅନ୍ୟପଟେ ୪୩୦ ବର୍ଗ କିଲୋମିଟର୍ ବ୍ୟାପ୍ତ କାଜିରଙ୍ଗା ଜାତୀୟ ଉଦ୍ୟାନର ୫୦% ଜଳମଗ୍ନ ହେବାରୁ ଆସାମରେ ବନ୍ୟା ପରିସ୍ଥିତି ପୁଣି ଗମ୍ଭୀର ହୋଇପଡ଼ିଛି । ଉଦ୍ୟାନର ଉତ୍ତର ପଟେ ଥିବା ବ୍ରହ୍ମପୁତ୍ର ନଦୀ ବଢ଼ିଥିବାରୁ ନୂତନ ଅଞ୍ଚଳ ସବୁ ଜଳମଗ୍ନ ହୋଇପାରେ ବୋଲି କାଜିରଙ୍ଗା ଅଧିକାରୀମାନେ ଆଶଙ୍କା କରୁଛନ୍ତି।
କାଜିରଙ୍ଗା ଡିଏଫ୍ଓ ରୋହିଣୀ ବଲ୍ଲଭ ସାଇକିଆ କହିଛନ୍ତି, ୧୮୮ଟି ସ୍ଥାୟୀ ଏବଂ ଅସ୍ଥାୟୀ ଶିକାର ନିରୋଧୀ କ୍ୟାମ୍ପ୍ରୁ ୮୯ଟି ଜଳମଗ୍ନ ହୋଇ ଯାଇଛି। ପୂର୍ବପଟ ରେଞ୍ଜ୍ରେ ମଧ୍ୟ ପ୍ରାୟ ୨୬ କ୍ୟାମ୍ପ୍ ବୁଡ଼ି ଯାଇଛି । ସୁରକ୍ଷିତ ରହିବାକୁ ବହୁ ସଂଖ୍ୟାରେ ଜୀବଜନ୍ତୁ ପଡ଼ୋଶୀ କର୍ବି ଆଙ୍ଗ୍ଲଙ୍ଗ୍ ଜିଲ୍ଲାର ଉଚ୍ଚ ଅଞ୍ଚଳକୁ ଧାଇଁ ଯାଉଛନ୍ତି । ୩୭ ନମ୍ବର ଜାତୀୟ ରାଜପଥରେ ହାତୀ ଓ ଗଣ୍ଡାରମାନେ କର୍ବି ଆଙ୍ଗ୍ଲଙ୍ଗ୍ ଅଭିମୁଖେ ଚାଲିଯାଇଛନ୍ତି । ଗତ ମାସ ବ୍ୟନ୍ୟା ଯୋଗୁଁ ୭ ଗଣ୍ଡାରଙ୍କ ସମେତ ଅନ୍ୟୂନ ୧୦୭ ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/flood.jpg)