ଆମ ଓଡିଶା ଓ ସମ୍ବାଦ ଭବନରେ ଉଡିଲା ତ୍ରିରଙ୍ଗା । ଦେଶର ହିତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଦିଆଗଲା ଆହ୍ୱାନ

235

କନକ ବ୍ୟୁରୋ : ଭୁବନେଶ୍ୱର ଆମ ଓଡିଶା ଅଫିସରେ ବେଶ୍ ଧୁମଧାମରେ ପାଳନ ହୋଇଛି ୭୩ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏଥିରେ ଆମ ଓଡିଶା ଅଫିସର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ । ସକାଳ ପ୍ରାୟ ୮ଟା ସମୟରେ ଏଠାରେ ପତାକା ଉତୋଳନ କରାଯାଇଥିଲା । ବରିଷ୍ଠ ସାମ୍ୱାଦିକ  ଗୌରହରି ଦାଶ, ପୌରୁଷର ସମ୍ପାଦକ ଅସିତ୍ ମହାନ୍ତି, ଆମ ଓଡିଶା ସମ୍ପାଦକ ସ୍ୱରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ଦେଶ ହିତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ସ୍ୱରାଜ ମିଶ୍ର । 

ସେହିପରି ସମ୍ବାଦ ଭବନ ପରିସରରେ ମଧ୍ୟ ବଶ୍ ଧୁମଧାମରେ ପାଳନ ହୋଇଯାଇଛି ସ୍ୱାଧୀନତା ଦିବସ । ଏହି ଅବସରରେ ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟ, ରେଡିଓ ଚକୋଲେଟ୍ ଓ କନକ ଟିଭିର କର୍ମଚାରୀ ସାମିଲ ହୋଇଥିଲେ ।  ପୌରୁଷର ସମ୍ପାଦକ ଅସିତ୍ ମହାନ୍ତି ପତାକା ଉତୋଳନ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ପ୍ରମୁଖ ଅତିଥୀଙ୍କ ମଧ୍ୟରେ ରହିଥିଲେ ସିଇଓଓ କମଳାକାନ୍ତ ମହାପାତ୍ର, ମାନବ ସଂବଳ ବିଭାଗର ମୁଖ୍ୟ ବୈଜୟନ୍ତି କର ଏବଂ ଆମ ଓଡିଶାର ସମ୍ପାଦକ ସ୍ୱରାଜ ମିଶ୍ର ।