ଆଜିକାଲିକା ସମୟରେ ଆପଣ ଯେତେ ବି ସ୍ମାର୍ଟ କିମ୍ବା ଶିକ୍ଷିତ ହୁଅନ୍ତୁ ନା କାହିଁକି କିନ୍ତୁ ସାଧାରଣ ଲାଗୁଥିବା କଥା କେହି ସାକ୍ଷାତକାରରେ ପଚାରିଲେ ସେଠାରେ ବର୍ଷ ବର୍ଷର ଶିକ୍ଷାଗତ ଯୋଗ୍ୟତା ଫେଲ୍ ମାରିଥାଏ । ଉଚ୍ଚଶିକ୍ଷା ଲାଭ କରି ମଧ୍ୟ ଘରେ ବସିବାକୁ ପଡିଥାଏ । ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରତିବର୍ଷ ହୁଏ କିନ୍ତୁ ଏଥିରେ ପଚରାଯାଉଥିବା ପ୍ରଶ୍ନ ଖୁବ୍ କମ୍ ଛାତ୍ରଛାତ୍ରୀ ଦେଇ ମନମୁତାବକ ଚାକିରୀ ଖଣ୍ଡେ ପାଇଥାନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନ ଏବଂ ଉତ୍ତର ଜଣାଇବୁ ଯାହା ସହଜ ଲାଗୁଥିଲେ ମଧ୍ୟ ଆପଣଙ୍କୁ ହଜାରେ ଥର ଭାବିବା ପାଇଁ ବାଧ୍ୟ କରିଦେବ । ତେବେ ଆସନ୍ତୁ କିଛି ପ୍ରଶ୍ନ ଉତ୍ତର ଜାଣିବା ।

Advertisment

publive-image

ପ୍ର : ଭାରତରେ ସବୁଠାରୁ କମ୍ ବର୍ଷା ହେଉଥିବା ସ୍ଥାନ?

ଉ : ଲେହ,ଜମ୍ମୁ-କାଶ୍ମୀର

ପ୍ର : ବରଫ ପାଣିରେ କାହିଁକି ଭାସିଥାଏ?

ଉ : ବରଫର ଘନତ୍ୱ ପାଣିଠାରୁ କମ୍ ହୋଇଥାଏ । ଯେତେବେଳେ ବରଫକୁ ପାଣିରେ ପକାଯାଏ ସେତେବେଳେ ବରଫ ପାଣିର କିଛି ଭାଗକୁ ଗ୍ଲାସ୍ ରୁ ବାହାର କରିଦିଏ ,ଏହି ପାଣିର ଆୟତନ ଭାର ବରଫ ପାଣି ଠାରୁ ଅଧିକ ଥାଏ ,ତେଣୁ ବରଫ ପାଣିରେ ଭାସିଥାଏ ।

ପ୍ର : ପାଣିର ଘନତ୍ୱ ସର୍ବୋତମ କେତେ ଥାଏ?

ଉ : ୪ ଂ ସି

ପ୍ର : ମାଂସପେଶୀରେ କ’ଣ ଏକତ୍ରିତ ହେଲେ ଥକ୍କାପଣ ଲାଗିଥାଏ?

ଉ : ଲେକ୍ଟିକ୍ ଅମ୍ଳ

ପ୍ର : ସମୁଦ୍ରର ଗଭୀରତା ମାପିବା ପାଇଁ କେଉଁ ଉପକରଣ ପ୍ରୟୋଗ କରାଯାଏ ?

ଉ : ଫେଦୋମିଟର

ପ୍ର : ସେହି କାଳ୍ପନିକ ରେଖା ଯାହା ଫୋକସ୍ ଏବଂ ପୋଲକୁ କ୍ରସ୍ କରି ସିଧା ଗୋଲାକାର ଦର୍ପଣରେ ଯାଇ ପଡିଥାଏ ତାହାକୁ କ’ଣ କୁହାଯାଏ?

ଉ : ମୁଖ୍ୟ ଅକ୍ଷ

ପ୍ର : ଜୀବ ବିଜ୍ଞାନ ଶବ୍ଦର ପ୍ରୟୋଗ ସର୍ବପ୍ରଥମେ କିଏ କରିଥିଲା?

ଉ : ଲେମାର୍କ ତଥା ଟ୍ରେବିରେନସ୍

ପ୍ର : ଗୋଟିଏ ପ୍ରକାର ପରମାଣୁରୁ ପ୍ରସ୍ତୁତ ହୋଇ ପ୍ରସ୍ତୁତ ହେଉଥିବା ପଦାର୍ଥକୁ କ’ଣ କୁହାଯାଏ?

ଉ : ତତ୍ତ୍ୱ

ପ୍ର : ଭାରତର ଦକ୍ଷିଣତମ ରେଲୱେ ଷ୍ଟେସନ ?

ଉ : କନ୍ୟାକୁମାରୀ

ପ୍ର : ଇଥିୟୋପିଆର ପୁରୁଣା ନାଁ କ’ଣ ?

ଉ : ଅବିସିନିୟା

ପ୍ର : ଲୋକତାନ୍ତ୍ରିକ କେନ୍ଦ୍ରୀକରଣ ଶବ୍ଦକୁ ପ୍ରଥମେ କିଏ ପ୍ରଥମେ କହିଥିଲେ?

ଉ : ଲେନିନ୍

ପ୍ର : ଅଜନ୍ତା ଗୁମ୍ଫାର ନିର୍ମାଣ କିଏ କରିଥିଲେ ?

ଉ : ଗୁପ୍ତ ଶାସକ

ପ୍ର : ଭାରତରେ ଡାକ ଟିକଟ କିଏ ଆରମ୍ଭ କରିଥିଲେ ?

ଉ : ଲର୍ଡ ଡଲହୋଜୀ

ପ୍ର : କେଉଁ ପକ୍ଷୀ ଉଡିପାରେ ନାହିଁ ?

ଉ : ଶୁତୁରମୁର୍ଗ

ପ୍ର : ମଣିଷ ଖପୁରୀରେ କେତେଟି ହାଡ ଥାଏ ?

ଉ : ୮ ଟି