ସାବାଡ୍ ହେବେ ହୋଟେଲ ମାଲିକ: ସର୍ଭିସ୍ ଚାର୍ଜ ନାଁରେ ଆଉ ଗ୍ରାହକଙ୍କଠୁ ନେଇପାରିବେନି ଅଧିକ ଟଙ୍କା, ଗୋଟିଏ ଅଭିଯୋଗରେ ଗେଟରେ ଝୁଲିବ ତାଲା 

394

ଖାଲି ସାଧାରଣ ଲୋକ ନୁହଁନ୍ତି ଏଣିକି ଧନୀ  ଲୋକମାନେ ବି କୌଣସି ହୋଟେଲ ଯିବାକୁ ମନ ବଳେଇବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି । କାହିଁକି ନା ବଡ ବଡ ହୋଟେଲଗୁଡିକ ଏବେ ସୀମାଠାରୁ ଅଧିକ ମାତ୍ରାରେ ଟଙ୍କା ଆଦାୟ କରୁଛନ୍ତି । ନିକଟରେ ବି ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଯାହାକୁ ବର୍ତ୍ତମାନ ସରକାର ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି । କିଛି ଦିନ ତଳେ  ବଲିଉଡ ଅଭିନେତା ରାହୁଲ ବୋସଙ୍କଠାରୁ ଏକ ପଞ୍ଚ ତାରକା ହୋଟେଲ  ଦୁଇଟି କଦଳୀ ପାଇଁ ୪୪୨ ଟଙ୍କା  ଚାର୍ଜ ନେଇଥିଲା । ଏହାପରେ ପୁଣି ଏକ ମାମଲା ସାମ୍ନାକୁ ଆସିଥିଲା କି ମୁମ୍ବାଇର ଏକ ହୋଟେଲ ଜଣେ ଯୁବକଙ୍କଠାରୁ ଦୁଇଟି ସିଝାଅଣ୍ଡା ପାଇଁ ୧୭ ଶହ ଟଙ୍କା ନେଇଥିଲା । ଯାହାକୁ ନେଇ ସୋସିଆଲ ମାଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଏବଂ ବିଭିନ୍ନ ସର୍ଭିସ୍ ଚାର୍ଜର ଆଳ ଦେଖାଇ ହୋଟେଲ ମାଲିକ ମାନେ ଗ୍ରାହକଙ୍କୁ ଲୁଟୁଥିବା ଅଭିଯୋଗ ମଧ୍ୟ କରାଯାଇଥିଲା ।

ଏଣିକି କୌଣସି ବି ହୋଟେଲ ଅଣ୍ଡା କିମ୍ବା କଦଳୀ କିମ୍ବା ଅନ୍ୟ କୌଣସି ଖାଦ୍ୟ ସାମଗ୍ରୀ ଉପରେ ଗ୍ରାହକଙ୍କଠାରୁ ଅଧିକ ଟଙ୍କା  ଚାର୍ଜ କରିପାରିବେ ନାହିଁ ।  କାହିଁକି ନା ଏଥିପାଇଁ ଏଣିକି  ତାଙ୍କୁ ସରକାରଙ୍କୁ ଜବାବ୍ ଦେବାକୁ ପଡିପାରେ । ଗତକାଲି ଫୁଡ୍ ଆଣ୍ଡ କନଜ୍ୟୁମର ମନ୍ତ୍ରାଳୟ ମନ୍ତ୍ରୀ  ରାମ ବିଳାଶ ପାସୱାନ କହୁଛନ୍ତି କି କଦଳୀ-ଅଣ୍ଡା ଉପରେ ଗ୍ରାହକଙ୍କୁ ଓଭରଚାର୍ଜ   କରୁଥୁବା ହୋଟେଲମାନଙ୍କର ଏଭଳି ଭୁଲ ଟ୍ରେଡ୍ ପ୍ରାକ୍ଟିସ୍ ଅଟେ ଏବଂ ସରକାରୀ ଏଥିପାଇଁ ତାର ସଫେଇ ମାଗିବେ ।

ବିଭାଗୀୟ ମନ୍ତ୍ରୀ କହିଛନ୍ତି କି, କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ଅନୁସାରେ  ପ୍ରସ୍ତୁତ କରାଯାଉଥିବା ଆଇନରେ ଏସଂପର୍କରେ ବିଭିନ୍ନ ଧାରା ପ୍ରସ୍ତୁତ କରାଯିବ । ପାସୱାନ ନିକଟରେ ଅଭିନେତା ରାହୁଲ ବୋସ୍ ଜାରି କରିଥିବା ଭିଡିଓ ଦେଖିବା ସହ ହୋଟେଲ ମାଲିକଙ୍କ ମନମାନୀ ଉପରେ ଉଦବେଗ୍ ପ୍ରକାଶ କରିଥିଲେ ।  ତେବେ ପାସୱାନ କହିଛିନ୍ତି ଯେ, ସୋସିଆଲ ମିଡିଆରେ ଏଭଳି ଅନେକ ରିପୋର୍ଟ ଏବେ ଦିନ ପ୍ରତିଦିନ ବଢିଚାଲିଛି ।  କିଛି ବଡ ବଡ ହୋଟେଲ ଅଣ୍ଡା ଏବଂ କଦଳୀ ଉପରେ ଓଭର ଚାର୍ଜ କରୁଛନ୍ତି । ଯାହାକି ସାଧାରଣ ବଜାରରେ ବହୁତ ଶସ୍ତାରେ ଉପଲବ୍ଧ । ତେବେ ହୋଟେଲ ମାଲିକମାନେ ସର୍ଭିସ ଚାର୍ଜ କେତେ ନେଉଛନ୍ତି ? ତାହା ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କାହିଁକି ନାଁ ଏହା ଟ୍ରେଟ୍ ପ୍ରାକ୍ଟିସ ପରିସରକୁ ଆସୁଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି କି, କୌଣସି ବି ଖାଦ୍ୟ ସାମଗ୍ରୀର ଏମଆରପିର ରେଟର ଯେଭଳି ଦୁରୁପଯୋଗ ନହେବ ତାକୁ ସରକାରଙ୍କ ତରଫରୁ ଯାଂଚ କରାଯିବ । ଏବଂ ସରକାର ଏଥିପାଇଁ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ଅନୁସାରେ ଆଇନ ମଧ୍ୟ ଆଣିବେ ।