ପଦାକୁ ଆସୁଛି ବାଲାକୋଟ ଏୟାର ଷ୍ଟ୍ରାଇକର ସତ । ଫେବ୍ରୁଆରୀ ୨୬ରେ ୬ଟିରୁ ୫ଟି ଟାର୍ଗେଟକୁ ହିଟ୍ କରିଥିଲା ଭାରତୀୟ ବାୟୁସେନା । 

761

କନକ ବ୍ୟୁରୋ : ପଦାକୁ ଆସୁଛି ବାଲାକୋଟ ଏୟାର ଷ୍ଟ୍ରାଇକର ସତ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା ବାୟୁସେନାର ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ ଫେବ୍ରୁଆରୀ ୨୬ରେ ୬ଟି ଟାର୍ଗେଟ୍ ମଧ୍ୟରୁ ୫ଟି ଟାର୍ଗେଟକୁ ହିଟ୍ କରିଥିଲା ଭାରତୀୟ ବାୟୁସେନା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ନେଇ ଭାରତୀୟ ବାୟୁସେନାର ରିପୋର୍ଟ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବାଲାକୋଟ୍ ଏୟାର ଷ୍ଟ୍ରାଇକ ସଫଳ ହୋଇଥିଲା । ଜୈଶ-ଏ-ମହମ୍ମଦର ଆତଙ୍କୀ ଟ୍ରେନିଂ କମ୍ପେ୍ଲକ୍ସର ୬ଟି ଟାର୍ଗେଟ ମଧ୍ୟରୁ ୫ଟି ଟାର୍ଗେଟକୁ ହିଟ୍ କରିଥିଲା ଭାରତୀୟ ବାୟୁସେନା । ଏହି ଅପରେସନରେ ଇସ୍ରାଇଲ ସ୍ପାଇସ ୨୦୦୦ ପେନଟ୍ରେଟର ଟାଇପ ପିଜିଏମର ବ୍ୟବହାର କରାଯାଇଥିଲା । ତେବେ ଠିକଣା ସମୟରେ ଗୋଟିଏ ପିଜିଏମ ମିରାଜରୁ ଅଲଗା ହେବାର ସମସ୍ୟା ଦେଖାଦେବା ଯୋଗୁଁ ଗୋଟିଏ ଟାର୍ଗେଟରେ ସଫଳତା ମିଳିନଥିଲା ।

ଏଥିରେ ଅପରେସନ ଉଭୟ ସକରାତ୍ମକ ଓ ନକରାତ୍ମକ ବିଷୟ ଉପରେ ସମୀକ୍ଷା କରାଯାଇଛି । ଯଦି ଭବିଷ୍ୟତରେ ପୁଣି ସର୍ଜିକାଲ ଷ୍ଟ୍ରାଇକ କରାଯାଏ ତେବେ ବାଲାକୋଟ ଆକ୍ରମଣରୁ ମିଳିଥିବା ଅନୁଭୂତି ସେଥିରେ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି ।

ସଫଳ ହୋଇଥିଲା ବାଲାକୋର୍ଟ ଏୟାର ଷ୍ଟ୍ରାଇକ । ବାୟୁସେନା ରିପୋର୍ଟକୁ ନେଇ ଉଚ୍ଚସ୍ତରୀୟ ବୈଠକରେ ଚର୍ଚ୍ଚା । ବାଲାକୋଟ ଏୟାର ଷ୍ଟ୍ରାଇକ ନେଇ ଦିଆଯାଇଥିବା ରିପୋର୍ଟ ଉପରେ ବାୟୁସେନାର ଉଚ୍ଚସ୍ତରୀୟ ବୈଠକରେ ଚର୍ଚ୍ଚା ହୋଇଛି । ଏହି ରିପୋର୍ଟରେ ଗୁଇନ୍ଦା ବିଭାଗର ସଠିକ ତଥ୍ୟ ଏବଂ ଲକ୍ଷ୍ୟ ଚୟନକୁ ସକାରାତ୍ମକ ବିଷୟ ଭାବେ ଉଲ୍ଲେଖ କରାଯାଇଛି । ଏହାସହ ପାଇଲଟଙ୍କ ଦକ୍ଷତା ଓ କୌଶଳର ମଧ୍ୟ ପ୍ରଶଂସା କରାଯାଇଛି ।

ଗତ ଫେବ୍ରୁଆରୀ ୨୬ ତାରିଖରେ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ଏଥିରେ ପ୍ରାୟ ୩୦୦ ଜୈସ୍ ଆତଙ୍କୀ ନିପାତ୍ ହୋଇଥିବା ଭାରତ ଦାବି କରିଥିବା ବେଳେ ପାକିସ୍ତାନ ଏହାକୁ ଖାରଜ କରି ଆସିଛି । କିନ୍ତୁ ଭାରତୀୟ ବିମାନ ବାଲାକୋଟରେ ଆକ୍ରମଣ କରିଥିବା ସ୍ୱୀକାର କରିଛି ପାକିସ୍ତାନ । ଫେବ୍ରୁୟାରୀ ୧୪ତାରିଖରେ ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲା ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ । ଏହାପରେ ଭାରତୀୟ ବାୟୁସେନା ଫେବ୍ରୁୟାରୀ ୨୬ତାରିଖରେ ବାଲାକୋଟ ସ୍ଥିତ ଜୈଶ-ଏ-ମହମ୍ମଦର ଶିବିର ଉପରେ ଏୟାରଷ୍ଟ୍ରାଇକ କରି ପ୍ରତିଶୋଧ ନେଇଥିଲା ।