ହାୱଡା ଶଙ୍କରାଇରେ ମର୍ମନ୍ତୁଦ ଦୁର୍ଘଟଣା: ୫ ଓଡିଆ ଯୁବକ ମୃତ,୩ ଗୁରୁତର

ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଅଂଚଳରୁ କାର ଯୋଗେ ଯାଇଥିଲେ ୮ ଯୁବକ

750

କନକ ବ୍ୟୁରୋ: ହାୱଡା ଶଙ୍କରାଇରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ୫ଜଣ ଓଡିଆ ଯୁବକଙ୍କର ମୃତ୍ୟୁ ହୋଇଛି । ଏହି ଯୁବକମାନେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଅଂଚଳରୁ କାର ଯୋଗେ କୋଲକତା ଯାଇଥିଲେ ।  ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ୮ ଜଣ ଯୁବକ କାର ଯୋଗେ କୋଲକତା ଯାଇଥିଲେ । ତେବେ ହାୱଡାରୁ ଏକ ଭୋଜି ଖାଇ ଫେରୁଥିବା ସମୟରେ ସେମାନଙ୍କର ଗାଡି ଶଙ୍କରାଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଢୁଲାଗଡ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ ।