ମଝି ଦରିଆରେ ମୃତ୍ୟୁ ସହ ୫ ଘଣ୍ଟାର ସଂଘର୍ଷ । ଅକାତକାତ ପାଣିରୁ ଅଳ୍ପକେ ବର୍ତିଲେ ୭ ମତ୍ସ୍ୟଜୀବୀ, କନକ ନ୍ୟୁଜରେ ବଖାଣିଲେ ସମୁଦ୍ର ଭିତରେ କଟିଥିବା କାଳ ରାତିର କାହାଣୀ ।

603

କନକ ବ୍ୟୁରୋ : ସମୁଦ୍ର ମଝିରେ ବୁଡିଗଲା ଟ୍ରଲର । ଆଉ କ୍ୟାମେରା ଆଗରେ ଛାତିଥରା ଦୃଶ୍ୟ ବଖାଣିଲେ ଉଦ୍ଧାର ପାଇଥିବା କର୍ମଚାରୀ । ଏହି ଘଟଣା ଘଟିଥିଲା ଅସ୍ତରଙ୍ଗରେ । ଯେତେବେଳେ ଟ୍ରଲର ଧିରେ ଧିରେ ବୁଡିବାକୁ ଲାଗିଲା, ସେତେବେଳେ ସମସ୍ତେ ଭାବିଥିଲେ ମୃତ୍ୟୁ ସୁନିଶ୍ଚିତ । ଉପାୟ ନ ପାଇ ଟ୍ରଲର କର୍ମଚାରୀ ସାମୁଦ୍ରିକ ଥାନା ସହ ଟ୍ରଲର ମାଲିକଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ କେହି ଶୁଣିନଥିଲେ । ଶେଷରେ ଡିଜେଲ କପଡାରେ ନିଆଁ ଲଗାଇ ଉପରକୁ ଟେକି ଧରିଥିଲେ । ସମୁଦ୍ର ମଝିରେ ନିଆଁ ହୁଳା ଜଳୁଥିବା ଦେଖି ତାଙ୍କ ପାଖକୁ ଦେବଦୂତ ସାଜି କିଛି ମାଛ ଧରାଳି ପହଂଚିଥିଲେ । ସମୁଦ୍ରରୁ ଉଦ୍ଧାର ହେବା ପରେ ଏହି ଟ୍ରଲର କର୍ମଚାରୀ ବଖାଣିଛନ୍ତି ସେହି ଛାତିଥରା କାହାଣୀ ।

ମଝି ଦରିଆରେ ମୃତ୍ୟୁ ସହ ମୁହାଁମୁହିଁ । ୫ ଘଂଟାର ସଂଘର୍ଷ ପରେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ୭ ମତ୍ସ୍ୟଜୀବୀ । ଶନିବାର ରାତିରେ ଏହି ମତ୍ସ୍ୟଜୀବୀଙ୍କ ଜୀବନରେ ଏପରି ଘଟଣା ଘଟିଥିଲା, ତାହା ଜାଣିଲେ ଆପଣ ଚକିତ ରହିଯିବେ । ସମୁଦ୍ର ମଝିରେ ବୁଡ଼ି ଯାଉଥିଲା ଟ୍ରଲର । ଜୀବନକୁ ପାଣି ଛଡ଼ାଇ ଟ୍ରଲର ଭିତରେ ନିଆଁ ହୁଳା ଜାଳି ସଂଘର୍ଷ କରିଥିଲେ ୫ ଘଂଟା । ଉଦ୍ଧାର ପାଇବା ପରେ କ୍ୟାମେରା ଆଗରେ ବଖାଣିଛନ୍ତି ସେହି ଛାତିଥରା କାହାଣୀ ।

ଅସ୍ତରଙ୍ଗ-୨ ନାମକ ମାଛଧରା ଟ୍ରଲରରେ ସମୁଦ୍ରରୁ ମାଛଧରି ଫେରୁଥିଲେ ମତ୍ସ୍ୟଜୀବୀ । ଦେବୀମୁହାଁଣ ଦେଇ ଫେରୁଥିବାବେଳେ ଟ୍ରଲର ଫାଟି ଯିବାରୁ ତା’ ଭିତରେ ପାଣି ପଶିବାକୁ ଲାଗିଲା । ପାଣି ଅଟକାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ସଫଳ ହୋଇନଥିଲେ । ଆଉ ଟ୍ରଲର ଧିରେ ଧିରେ ବୁଡିବାକୁ ଲାଗିଲା । ସମସ୍ତେ ଭାବିଥିଲେ ମୃତ୍ୟୁ ସୁନିଶ୍ଚିତ । ସାମୁଦ୍ରିକ ଥାନା ଓ ଟ୍ରଲର ମାଲିକଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ କେହି ଶୁଣିନଥିଲେ । ଶେଷରେ ସହାୟତା ଆଶାରେ ଡିଜେଲ କପଡାରେ ନିଆଁ ଲଗାଇ ଉପରକୁ ଟେକି ଧରିଥିଲେ ।

ସମୁଦ୍ର ମଝିରେ ନିଆଁ ହୁଳା ଦେଖି ଦେବଦୂତ ସାଜି ସେମାନଙ୍କ ନିକଟକୁ ପହଁଚିଥିଲେ କିଛି ମାଛ ଧରାଳି ଓ ସେମାନଙ୍କୁ ଉଦ୍ଧାର କରି କୂଳରେ ପହଁଚିଥିଲେ । ସେତେବେଳକୁ ଟ୍ରଲରର ଅଶୀ ଭାଗ ବୁଡିଯାଇଥିଲା । ଦେବୀ ମୁହାଁଣରେ ଦୀର୍ଘ ୫ ଘଂଟା ଧରି ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ସାତଜଣ ମତ୍ସ୍ୟଜୀବୀ କେବେ ବି ଭାବିନଥିଲେ, ସେମାନେ ଜୀବନ ବଂଚାଇ ଫେରିଆସିବେ, ଆଉ ନିଜ ଆତ୍ମୀୟ ସ୍ୱଜନଙ୍କୁ ଭେଟିପାରିିବେ ।