ଆକଶରୁ ହୋଇଛି ମାଛବର୍ଷା । ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର ଅମଲାପୁରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପେଥାଇ ପ୍ରଭାବରେ ଗତ ଦୁଇଦିନଧରି ପୂର୍ବ ଗୋଦାବରୀ ସହ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆକଶରୁ ମାଛ ବର୍ଷା ହୋଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପ୍ରକୃତରେ ମାଛ ଆକାଶରୁ ପଡେନି । ସାଧାରଣତଃ ଦେଖାଯାଇଥାଏ ଯେ, ଯେତେବେଳେ ଜୋରରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ ସେତେବେଳେ ପାଣିରୁ ମାଛ ଅନ୍ୟାନ୍ୟ ଜଳଜୀବ ଆକାଶମାର୍ଗକୁ ପବନ ବେଗରେ ଉଠିଥାନ୍ତି ଓ ପୁଣି ତଳକୁ ପଡିବାର ଦେଖାଯାଇଥାଏ । ମିଳିଥିବା ଖବର ଅନୁସାରେ, ଗତକାଲି ଦିନ ପ୍ରାୟ ୪ଟାବେଳେ ଏଭଳି ଭିଡିଓକୁ ମୋବାଇଲରେ ସୁଟ୍ କରି ସାଙ୍ଗମାନଙ୍କୁ ପଠାଇଥିଲେ ଜଣେ ଅମଲାପୁରମ ବାସିନ୍ଦା । ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାଖାପାଖି ୧୦୦ ମାଛ ଭୂଇଁରେ ପଡିଥିବା ଦେଖାଯାଇଥିଲା । ଏବଂ ବାତ୍ୟା ପାଇଁ ବହୁତ ବର୍ଷା ହେଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/shutterstock_673090978.jpg)
/kanak/media/post_attachments/wp-content/uploads/2018/12/fish-rain-weather-phenonmenon-300x212.jpg)
/kanak/media/post_attachments/wp-content/uploads/2018/12/6-1-300x224.png)