ସାବଧାନ! ସ୍ପା କରୁଥିବା ଲୋକ ମାନଙ୍କୁ ହୋଇପାରେ ଏଚ.ଆଇ.ଭି ଏବଂ ହେପାଟାଇଟିସ-ସି ଭଳି ସାଂଘାତିକ ରୋଗ

91

ଲୋକମାନେ ଏବେ ନିଜ ଶରୀରକୁ ସୁନ୍ଦର କରିବା ପାଇଁ ବ୍ୟୁଟି ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଜିକାଲି ବ୍ୟୁଟି ପାର୍ଲରରେ ବିଭିନ୍ନ ପ୍ରକାରର ସ୍ପା କରାଯାଉଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଫିଶ ଫୁଟ ସ୍ପା । ଯାହାକି ଏବେ ବହୁ ଦେଶ ବିଦେଶରେ ଖୁବ ପପୁଲାର ହୋଇସାରିଛି । ତେବେ ଏହି ସ୍ପାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଫିଶ୍ ଫୁଟ ସ୍ପା କରିବା ଦ୍ୱାରା ଏଚ.ଆଇ.ଭି ଏବଂ ହିପୋଟାଇଟିସ-ସି ଭଳି ସାଂଘାତିକ ରୋଗ ବ୍ୟାପି ପାରେ ।

ପ୍ରତିଦିନ ଶହ ଶହ ଲୋକ ଫିଶ ଫୁଟ ସ୍ପା କରିବା ପାଇଁ ବ୍ୟୁଟି ପାର୍ଲର ଆସିଥାନ୍ତି । ଏହି ଫିଶ ଫୁଟ ସ୍ପା କରିବା ପାଇଁ ଗ୍ରାହକ ଏକ କୁଣ୍ଡରେ ଭରି ହୋଇ ରହିଥିବା ପାଣିରେ ଗୋଡ ବୁଡାଇ ବସିଥାନ୍ତି । ସେହି କୁଣ୍ଡରେ ଥିବା ମାଛ ଗ୍ରାହକଙ୍କ ଗୋଡରେ ଲାଗିଥିବା ଡେଡ ସ୍କିନ୍ ଗୁଡିକୁ ଖାଇ ସଫା କରି ଦେଇଥାନ୍ତି । ଏହି ସବୁ ପ୍ରକ୍ରିୟା ମଧ୍ୟରେ ବେଳେ ବେଳେ ଗ୍ରାହକଙ୍କ ଗୋଡରେ ଥିବା କ୍ଷତ ସ୍ଥାନରୁ ରକ୍ତ ମଧ୍ୟ ବାହାରିଥାଏ । ସେହି ରକ୍ତ ମିସିଥିବା ପାଣିକୁ ବଦଳ କରା ଯାଇନଥାଏ ଏବଂ ପରେ ସେହି କୁଣ୍ଡରେ ଅନ୍ୟ ଏକ ଗ୍ରାହକ ମଧ୍ୟ ଗୋଡ ବୁଡାଇଥାଏ । ଯଦି କୌଣସି ବ୍ୟକ୍ତିର ଶରୀରରେ ଏଚ.ଆଇ.ଭି ଭଳି ଜୀବଣୁ ଥାଏ ତେବେ ସେହି ଜୀବାଣୁ ଏହି ପାଣିରେ ମିଶିଥାଏ । ଯାହା ଫଳରେ ଏଚଆଇଭି ଏବଂ ହିପୋଟାଇଟିସ-ସି ଭଳି ସାଂଘାତିକ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ ।

ସରକାରୀ ସ୍ୱାସ୍ଥ୍ୟ ପ୍ରତୀରକ୍ଷା ଏଜେନ୍ସିଙ୍କ କହିବା ମୁତାବିକ ଯେଉଁ ବ୍ୟକ୍ତି ମଧୁମେହ ଭଳି ରୋଗରେ ପିଡିତ ଅଛନ୍ତି କିମ୍ବା ଯେଉଁ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କମ ଅଛି ସେହି ବ୍ୟକ୍ତିବିଶେଷ ମାନେ ଏହି ଫିଶ୍ ଫୁଟ ସ୍ପାରୁ ଦୁରେଇ ରହିବା ଉଚିତ । ନଚେତ ଏଚଆଇଭି ଏବଂ ହିପୋଟାଇଟିସ-ସି ଭଳି ସାଂଘାତିକ ରୋଗର ଶିକାର ହୋଇପାରନ୍ତି । ତେବେ ସ୍ୱାସ୍ଥ୍ୟ ପ୍ରତିରକ୍ଷା ଏଜେନ୍ସିଙ୍କ କହିବା ଅନୁସାରେ ଯଦି ଏହି ପେଡିକିୟୋରରେ ସବୁ ପ୍ରକାର ସୁରକ୍ଷା ନିୟମକୁ ପାଳନ କରାଯାଏ ତେବେ ରୋକ ସଂକ୍ରମଣ ହେବାରୁ ବଞ୍ଚି ପାରିବେ ।
ଏସିଆରୁ ଆରମ୍ଭ ହୋଇଥିବା ଏହି ଲୋକପ୍ରିୟ ପେଡିକିୟୋର, ୟୁଏସର ଏବଂ ଅନ୍ୟ କେତେକ ଦେଶର କିଛି ରାଜ୍ୟ ମାନଙ୍କରେ ଏହି ଫିଶ ଫୁଟ ସ୍ପା ପେଡିକିୟୋର ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ।