ସ୍ମାର୍ଟଫୋନ ଏବଂ ଅନ୍ୟ କମ୍ପ୍ୟୁଟର ଡିଭାଇସରେ ଏଣିକି ଅତି ସହଜରେ ହୋଇପାରିବ ଲୋକେସନ୍ ଟ୍ରାକ୍ । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ଫ୍ରେଞ୍ଚ-ଇଟାଲିଆନ୍ ସେମି କଣ୍ଡକ୍ଟର ମାନୁଫ୍ୟାକଚରିଙ୍ଗ ଏସଟି ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ଭାରତର ପ୍ରଥମ ଦେଶୀ ଜିପିଏସ୍ ମଡ୍ୟୁଲ୍ ଲଞ୍ଚ କରିଛି । Utraq ନାମକ ଏହି ଜିପିଏସ୍ ମଡ୍ୟୁଲ୍ ଭାରତର କ୍ଷେତ୍ରୀୟ ନୌବାହାନ ଉପଗ୍ରହ ପ୍ରଣାଳୀ (ଆଇଆରଏନଏସଏସ) ଉପରେ ଆଧାରିତ ଅଟେ ଏବଂ ଲୋକେସନ୍ ଟ୍ରେସ୍ କରିବାରେ ସାହାଯ୍ୟ କରିବ । ଏହା ଭାରତୀୟ ନୌବାହାନ ଉପଗ୍ରହର ଡାଟା ଉପରେ ନିର୍ଭରଶୀଳ ଅଟେ । ଏବଂ ବିଦେଶୀ ଉପଗ୍ରହ ଆଧାରରେ ଏହାକୁ ବିକଳ୍ପ ରୂପରେ ମଧ୍ୟ ବ୍ୟବହାର କରାଯାଇ ପାରିବ ।
ସ୍ମାର୍ଟଫୋନ ଏବଂ ଅନ୍ୟ କମ୍ପ୍ୟୁଟର ଗେଜେଟସରେ ଏହା ଅଧିକ ବିଶ୍ୱସନୀୟ ଲୋକେସନ ଏବଂ ଟ୍ରେସିଂ ସର୍ଭିସ ସେବା ପ୍ରଦାନ କରିପାରେ । ଏକ ଜିପିଏସ୍ ମଡ୍ୟୁଲ୍ ଏକ ପ୍ରକାରର ରିସିଭର୍ ଅଟେ, ଯାହାକି ଅନ୍ତରୀକ୍ଷରେ ନାଭିଗେସନ୍ ସ୍ୟାଟେଲାଇଟ୍ ଦ୍ୱାରା ପଠାଯାଇଥିବା ସିଗନାଲର ସନ୍ଧାନ କରିଥାଏ । ଏବଂ ଗୋଟିଏ ଥର ଏହି ମଡ୍ୟୁଲ୍ ସିଗନାଲ ପାଇବା ପରେ ଏହା ନାଭିଗେସନ ଡାଟା, ଟ୍ରାନ୍ସମିଶନ ଏବଂ ରିସେପସନ୍ ଟାଇମ୍ ଡିଭାଇସର ସଠିକ ସ୍ଥାନର ସନ୍ଧାନ କରିବା ଏବଂ ଏହାର ୟୁଜର୍ସଙ୍କୁ ଅନ୍ୟ ନାଭିଗେସନ୍ ସର୍ଭିସ ଉପଲବ୍ଧ କରେଇବା ପାଇଁ ବ୍ୟବହାର କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/64a0001b-20b5-4fad-8a74-fdf31e887501.jpg)
/kanak/media/post_attachments/wp-content/uploads/2018/09/gps-1170x480-300x123.jpg)