କନକ ବ୍ୟୁରୋ : ଟ୍ରେନରେ ନିଆଁ । ଭୟରେ ଡେଇଁଲେ ଯାତ୍ରୀ । ମୁମ୍ବାଇ- ହାୱାଡା ଲୋକମାନ୍ୟତିଲକ ଏକ୍ସପ୍ରେସରେ ନିଆଁ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଟ୍ରେନରେ ଏଭଳି ଘଟଣା ଘଟିଛି ଝାଡଖଣ୍ଡର ଲୋଟାପାହାଡ-ଚକ୍ରଧରପୁର ମଧ୍ୟରେ । ଟ୍ରେନର ଏସ -୧୧ ବଗି ତଳୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଟ୍ରେନର ଚେନ ଟାଣି ଲୋଟାପାହାଡ ନିକଟରେ ଟ୍ରେନକୁ ଅଟକାଇଥିଲ ଯାତ୍ରୀ ।
ଆଉ ଟ୍ରେନରୁ ଓହ୍ଲାଇପଡିଥିଲେ ଯାତ୍ରୀ । ପରେ ଜଣାପଡିଥିଲା ଚକର ବ୍ରେକ ସିଷ୍ଟମରେ ନିଆଁ ଲାଗି ସାମାନ୍ୟ ଧୂଆଁ ବାହାରିଥିଲା । ପରେ ଏହାକୁ ଠିକ କରି ଚକ୍ରଧରପୁର ନିଆ ଯାଇଥିଲେ । ଲୋଟାପାହାଡ-ଚକ୍ରଧରପୁର ମଧ୍ୟରେ ଟ୍ରେନ ପ୍ରାୟ ୪୫ ମିନିଟ ଧରି ଅଟକିଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ କାହିଁକି ଚଳନ୍ତା ଟ୍ରେନରେ ନିଆଁ ଲାଗିଲା ତାହାର ତଦନ୍ତ ହେବ ବୋଲି ଜଣାଯାଇଛି । ଏହା ପୂର୍ବରୁ ବାଲେଶ୍ୱରରେ ରାଜଧାନୀ ଟ୍ରେନରେ ନିଆଁ ଲାଗିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-27-13h21m01s018-1.png)