କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ବାଣୀବିହାର ଅନ୍ତର୍ଗତ ସତସଙ୍ଗ ବିହାର ମନ୍ଦିର ସମ୍ମୁଖ ରାସ୍ତାକଡ଼ରେ ରଖାଯାଇଥିବା ଏକ ଟୁରିଷ୍ଟ୍ ବସ୍ ଏବଂ ଏକ କ୍ୟାବିନରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା କୌଣସି ଅଜ୍ଞାତ ଲୋକ ନିଆଁ ଲଗାଇ ଦେଇଛନ୍ତି ।
ଖବର ପାଇ କଳ୍ପନା ଅଞ୍ଚଳରୁ ୨ଟା ଦମକଳ ଆସି ନିଆଁ ଲିଭାଇ ଥିଲା । ଘଟଣାସ୍ଥଳରେ ସହିଦ ନଗର ପୁଲିସ ମଧ୍ୟ ପହଞ୍ଚି ଥିଲା । ନିଆଁର ପ୍ରଭାବରେ କ୍ୟାବିନଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ପୋଡ଼ି ଛାରଖାର ହୋଇ ଯାଇଥିବା ଙଊ୩୩ୠ୧୮୧୦ ବସଟି ସ୍ଥାନୀୟ ବାସିନ୍ଦା ଦେବବ୍ରତ ଦାସଙ୍କର ବୋଲି ଜଣାପଡ଼ିଛି । ବସଟିକୁ ରାତିରେ ଓମ୍ ଲିଜର୍ ହଲିଡେଜ୍ ପ୍ରାଇଭେଟ୍ ଲିମିଟେଡ୍ ଅଫିସ୍ କଡ଼ରେ ରଖାଯାଇଥିଲା । ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/Screen-shot-2018-03-03-at-9.41.03-AM.png)