ନିଆଁ ଆଁରେ ସବୁ ଛାରଖାର ! ଭୟାବହ ଅଗ୍ନିକାଣ୍ଡରେ ୧୫ ବଖରା ପୋଡି ପାଉଁଶ

208

କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା । ବାଙ୍କି ଥାନା ବିଲି ତେନ୍ତୁଳିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ କାରଣରୁ ଗାଁର ୮ଟି ପରିବାରର ୧୫ ବଖରା ଘର ପୋଡି ପାଉଁଶ ହୋଇଛି ।

ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣା ପଡିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିଲା । ଆଉ ପ୍ରାୟ ୨ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରିଥିଲା ଦମକଳ ।

ସେପଟେ ୧୫ ବଖରା ପୋଡି ପାଉଁଶ ହୋଇଯାଇଥିବାରୁ ସର୍ବସ୍ୱାନ୍ତ ହୋଇଛନ୍ତି ୮ ପରିବାର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବାରୁ ସର୍ବହରା ହୋଇଛନ୍ତି ଅଗ୍ନି ବିପନ୍ନ । ତେବେ ରାତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ପାରିନି ପ୍ରଶାସନ ।