ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସୀତ ହେଉଥିବା ଡାକ୍ତରଖାନାରେ ଲାଗିଲା ନିଆଁ ! ନିଆଁକୁ ଆୟତ୍ତ କରିବା ପ୍ରୟାସରେ ଲାଗିଛି ୩୪ ଟି ଦମକଳ ଗାଡି ।

425

ଦେଶର ରାଜଧାନୀ ଦିଲ୍ଲୀର ଜଣାଶୁଣା ହସ୍ପିଟାଲ୍ ଏମ୍ସରେ ଭୀଷଣ ନିଆଁ ଲାଗିଯାଇଛି । ସୂତ୍ର ମୁତାବକ , ସର୍ଟ ସର୍କିଟ୍ ହେବା କାରଣରୁ ଏହି ନିଆଁ ଲାଗିଥିଲା । ହସ୍ପିଟାଲର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା କଥା କୁହାଯାଉଛି । ନିଆଁ ଲାଗିବାର କିଛି ସମୟ ପରେ ଉକ୍ତ ସ୍ଥାନରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଦମକଳ ବିଭାଗର ୩୪ ଟି ଗାଡି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।

 

ଲୋକଙ୍କ ସୁବିଧା ଦୃଷ୍ଟିରୁ ଏମ୍ସର ଜରୁରୀକାଳୀନ ବିଭାଗକୁ ବନ୍ଦ କରି ଦିଆଯାଇଛି । ସୂଚନା ମୁତାବକ , ଏମ୍ସର ଦ୍ୱିତୀୟ ମହଲାରେ ସ୍ଥିତ ପିସି ବ୍ଲକ୍ ରେ ଏହି ନିଆଁ ଲାଗିଛି । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଗମ୍ଭୀର ଅବସ୍ଥାରେ ଏମ୍ସରେ ଚିକିତ୍ସୀତ ହେଉଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ତଥା ଭିଭିଆଇପିଙ୍କ ଏମ୍ସକୁ ଯିବାଆସିବା ଲାଗିରହିଛି । ଏଭଳି ସମୟରେ ସେଠାରେ ନିଆଁ ଲାଗିବା ଘଟଣା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।