୧୦ ଜୀବନ ବଚାଂଇଦେଲା ମୋବାଇଲ୍ ରିଙ୍ଗଟୋନ୍ : ଦିଲ୍ଲୀ ମଣ୍ଡିରେ ନିଆଁ ଲାଗିିବା ଘଟଣା , ମୋବାଇଲ୍ ରିଙ୍ଗଟୋନ୍ ବଚାଂଇଲା ୧୦ ଜଣଙ୍କ ଜୀବନ ।

517

ରାଜଧାନୀ ଦିଲ୍ଲୀରେ ରବିବାର ଏକ ମଣ୍ଡୀରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯିବା କାରଣରୁ ୪୩ ଟି ଜୀବନ ଅକାଳରେ ଚାଲିଗଲା । କୋଳାହଳପୂର୍ଣ୍ଣ ମଣ୍ଡୀକୁ କନ୍ଦାକଟାରେ ବଦଳାଇ ଦେଇଥିଲା ନିଆଁ । ରାଣୀ ଝାନସୀ ରାସ୍ତାରେ ଥିବା ପାଉଁରୁଟି ଫ୍ୟାକ୍ଟ୍ରିରେ ନିଆଁ ଲାଗିବା କାରଣରୁ ଏଥିରେ ୪୩ ଲୋକ ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ତେବେ ମଣ୍ଡୀରେ ଫସିଥିବା ଲୋକଙ୍କ ପାଇଁ ଜଣେ ଅଗ୍ନିଶମ କର୍ମଚାରୀ ଦେବଦୂତ ପାଲଟିଥିଲେ । ୧୦ ଜଣଙ୍କ ଜୀବନ ବଚାଂଇଥିଲେ ଏହି ଅଗ୍ନିଶମ କର୍ମଚାରୀ । ଦିଲ୍ଲୀ ଅଗ୍ନିଶମ କର୍ମଚାରୀ ସୁନିଲ ନିଆାଁ ଲାଗିଥିବାର ଖବର ଯେତେବେଳେ ପାଇଥିଲେ ସେଠାରେ ଟିମ୍ ସହ ତୁରନ୍ତ ପହଞ୍ଚିଥିଲେ । ଉଦ୍ଧାର କରିବା ସମୟରେ ସେ ନିଆଁ ଏବଂ ଧୂଆଁର ପ୍ରକୋପ ଫ୍ୟାକ୍ଟ୍ରି ଭିତରେ ଏତେ ଥିଲା ଯେ ମୁହଁକୁ ମୁହଁ ଦେଖାଯାଉନଥିଲା । ଘଟଣାସ୍ଥଳକୁ ଯିବା ପରେ ତାଙ୍କୁ ଏକାଧିକ ମୋବାଇଲ୍ ରିଙ୍ଗ୍ ହେଉଥିବା ଶୁଣାଯାଇଥିଲା । ମୋବାଇଲ୍ ବାଜୁଥିବା ସ୍ଥାନରେ ଲୋକ ଫସିଥିବା ଅନୁମାନ କରି ସେ ସେଠାକୁ ଯାଇଥିଲେ ଏବଂ ଫସିଥିବା ୧୦ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ । ସୂଚନା ମୁତାବକ ଉକ୍ତ ସ୍ଥାନରେ ଧୂଆଁର ପ୍ରକୋପ ଏତେ ଥିଲା ଯେ ଲୋକଙ୍କୁ ଉଦ୍ଧାର କରିବା କଷ୍ଟସାଧ୍ୟ ଥିଲା । ଯେହେତୁ ଏହି ମଣ୍ଡିଟି ବଜାର ଭିତରେ ଥିଲା ସେଠାରୁ ବାହାରିବାକୁ କୌଣସି ବାଟ ନଥିଲା । ସୁନିଲ କୁମାର କହିଛନ୍ତି ଯେ, ମୋବାଇଲ ରିଙ୍ଗଟୋନ ହିଁ ତାଙ୍କର ସାହାରା ହେଲା ଯାହାଫଳରେ ସେ ଲୋକଙ୍କ ଜୀବନ ବଞ୍ଚାଇପାରିଲେ ।