ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ : ସୁପର ସଣ୍ଡେରେ ହେବ ସୁପର ସୋ’, ବାଙ୍ଗାଲୋର ବିଗ୍ ଫାଇଟ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ଉଭୟ ଦଳ ।

411

ସୁପର ସଣ୍ଡେରେ ସୁପର ସୋ’ । ବାଙ୍ଗାଲୋରରେ ହେବ ବିଗ୍ ଫାଇଟ୍ । ବାଙ୍ଗାଲୋର ବାଜି ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଟିମ୍ । ବାଙ୍ଗାଲୋରର ଏମ୍ ଚିନାସ୍ୱାମୀ ଷ୍ଟାଡିୟମରେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଥିବାରୁ କ୍ରିକେଟପ୍ରେମୀଙ୍କ ନଜର ଏହି ମ୍ୟାଚ୍ ଉପରେ ରହିଛି । ସିରିଜ ଏବେ ୧-୧ରେ ବରାବର ଥିବା ବେଳେ ବାଙ୍ଗାଲୋରରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ପୂର୍ବରୁ ଭାରତ ମୁମ୍ବାଇରେ ମାତ୍ ଖାଇଥିବା ବେଳେ ରାଜକୋଟରେ ରାଜୁତି କରି ସିରିଜକୁ ବରାବର ସ୍ଥିତିକୁ ଆଣିଥିଲା । ତେବେ ଆଜି ମ୍ୟାଚ୍ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ମଧ୍ୟ ପାଲଟିଛି । କାରଣ ଫର୍ମରେ ଥିବା ରୋହିତ ଓ ଧୱନ ଦ୍ୱିତୀୟ ମ୍ୟାଚରେ ଆହତ ହୋଇଛନ୍ତି । ଧୱନ ଗୁରୁତର ଭାବେ ଆହତ ହୋଇନଥିଲେ ମଧ୍ୟ ପାର୍ଟନର ରୋହିତଙ୍କ ଖେଳିବା ନେଇ ଏଯାଏଁ ସେଭଳି ସଂକେତ ମିଳିନାହିଁ । ଅନ୍ୟପଟେ ଶ୍ରେୟସ ଆୟର ଓ ମନୀଷ ପାଣ୍ଡେ ବାରମ୍ବାର ବିଫଳ ହେଉଥିବାରୁ ମଧ୍ୟକ୍ରମ ପାଇଁ ଦଳ ଚିନ୍ତାରେ ପଡିଛି ।

ତେବେ ଏହି ନିର୍ଣ୍ଣାୟକ ମ୍ୟାଚରେ ସେଭଳି ବଡ ଧରଣର ପରିବର୍ତ୍ତନ ନ କରିପାରେ ଟିମ୍ ଇଣ୍ଡିଆ । ଖାସକରି ଦଳ ରାଜକୋଟରେ ଖେଳିଥିବା ବୋଲିଂ ବାହିନୀ ସହ ପୁଣିଥରେ ମୈଦାନକୁ ଓହ୍ଲାଇପାରେ । ରିଷଭ ପନ୍ତ ଆହତ ଥିବା କାରଣରୁ ୱିକେଟ କିପିଂର ଦାୟିତ୍ୱ ଭାର କେଏଲ ରାହୁଲଙ୍କ ଉପରେ ରହିବ । ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ତେବେ କଟକ ମ୍ୟାଚରେ ବାଜି ମାରିବା ସହ ସିରିଜ କବଜା କରିଥିଲା ବିରାଟ ବାହିନୀ ।