ଓଡିଶାରେ ଶାନ୍ତିଶୃଙ୍ଖଳାରେ ଚାଲିଲା ‘ପଦ୍ମାବତ୍’ : ଗୁଜରାଟ, ରାଜସ୍ଥାନ ଓ ବିହାରରେ କରଣୀ ସେନାର ପ୍ରବଳ ବିରୋଧ

41

ବହୁ ବାଦବିବାଦ ପରେ ଆଜି ପରଦାକୁ ଆସିଛି ସଂଜୟ ଲୀଲା ଭନସାଲୀଙ୍କ ମୁଭି ‘ପଦ୍ମାବତ୍’ । ବିଭିନ୍ନ ଫିଲ୍ମ ହଲରେ କଡା ସୁରକ୍ଷା ଭିତରେ ଆଜି ଫିଲ୍ମ ରିଲିଜ ହୋଇଛି । ପୋଲିସର କଡା ସୁରକ୍ଷାରେ ଦର୍ଶକମାନେ ‘ପଦ୍ମାବତ୍’ ଫିଲ୍ମ ଦେଖିଛନ୍ତି । କରଣୀସେନାଙ୍କ ସମ୍ଭାବ୍ୟ ଭଙ୍ଗାରୁଜା ଓ ଅପ୍ରିତିକର ପରିସ୍ଥିତି ଭୟରେ ହଲରେ ଦର୍ଶକଙ୍କ ସଂଖ୍ୟା କମ ଥିବା ଦେଖିବାକୁ ମିଳିଛି । ଓଡିଶାରେ ଶାନ୍ତିପୂର୍ଣ୍ଣ ଭାବେ ‘ପଦ୍ମାବତ୍’ ଫିଲ୍ମ ଚାଲିଛି । ଓଡିଶାରେ ଫିଲ୍ମ ରିଲିଜ ହୋଇଥିଲେ ମଧ୍ୟ ହଲ ବାହାରେ ‘ପଦ୍ମାବତ୍’ ର କୌଣସି ପୋଷ୍ଟର ଦେଖିବାକୁ ମିଳିନାହିଁ । ମଙ୍ଗଳବାର ସୁପ୍ରିମକୋର୍ଟ ଫିଲ୍ମ ରିଲିଜ ବିରୋଧରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ସାନି-ଆବେଦନକୁ ଖାରଜ କରିଥିଲେ । ତଥାପି ଜିଦରେ ଅଟଳ କର୍ଣ୍ଣିସେନାଙ୍କ

ଗୁଜରାଟର ଅହମ୍ମଦାବାଦ, ରାଜସ୍ଥାନର ଜୟପୁରରେ କରଣୀସେନା ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । ସେହିପରି ବିହାରର ଆରା ଓ ଚାନ୍ଦିରେ କରଣୀସେନା ପୋଲିସ ଉପସ୍ଥିତିରେ ଭଙ୍ଗାରୁଜା ପୋଡା ଜଳା କରିଛନ୍ତି । ବିହାରର ମୋତିହାରି ଓ ୟୁପିର ବାରଣାସୀରେ କରଣୀ ସେନା ତୀବ୍ର ପ୍ରତିବାଦ କରିଥିବା ସୂଚନା ମିଳିଛି । ଅନ୍ୟପଟେ ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ତରଫରୁ କୁହାଯାଇଛି ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ଗୋଆରେ ‘ପଦ୍ମାବତ୍’ ଫିଲ୍ମ ପ୍ରଦର୍ଶନ କରାଯିବ ନାହିଁ ।

ଫିଲ୍ମ ରିଲିଜ୍ ନେଇ ସୁପ୍ରିମ କୋର୍ଟ ସବୁ ପ୍ରତିବନ୍ଧକ ହଟାଇବା ପରେ ବି କରଣୀ ସେନା ଫିଲ୍ମ ରିଲିଜକୁ ବିରୋଧ କରି ହିଂସାକାଣ୍ଡ ଘଟାଉଛନ୍ତି । ଗତକାଲି ଗୁରୁଗ୍ରାମରେ ଏକ ସ୍କୁଲ ବସକୁ ପୋଡିଦେଇଥିଲେ ବିକ୍ଷୋଭକାରୀ । ତେବେ ଏହା କରଣୀସେନାର କାମ ନୁହେଁ ବୋଲି ସଂଗଠନ ତରଫରୁ କୁହାଯାଇଛି । ସେହିପରି ଆଜି ମଧ୍ୟ ଗୁରଗ୍ରାମର ଏକ ସ୍କୁଲ ବସକୁ ଟେକା ପଥର ମାଡ କରିଛନ୍ତି ବିକ୍ଷୋଭକାରୀ । ଅନ୍ୟପଟେ ଆଜି ଗୁରୁଗ୍ରାମର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ହରିୟାଣା, ଗୁଜରାଟ, ରାଜସ୍ଥାନ, ୟୁପି, ବିହାରରେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୁଲିସ ।