ରିଲିଜ୍ ହେଲା ଶ୍ରୀଦେବୀଙ୍କ ଆଗାମୀ ଫିଲ୍ମ ‘ମମ୍’ର ଟ୍ରେଲର

51

କନକ ବ୍ୟୁରୋ : ରିଲିଜ୍ ହୋଇଯାଇଛି ଶ୍ରୀ ଦେବୀଙ୍କ ଆଗାମୀ ଫିଲ୍ମ ମମ୍ର ଟ୍ରେଲର । ଏଥିରେ ଶ୍ରୀଦେବୀଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି । ଫିଲ୍ମ ମମ୍ରେ ମୁଖ୍ୟ ଭୂମିକାରେ ଶ୍ରୀଦେବୀଙ୍କ ବ୍ୟତୀତ ନୱାଜୁଦ୍ଦିନ୍ ସିଦ୍ଦିକ୍ ଓ ଅକ୍ଷୟ ଖାନ୍ନାଙ୍କୁ ଦେଖିବାକୁ ମିଳିବ ।

ରବି ଉଦୟବାର ଫିଲ୍ମ ମମ୍ର ନିର୍ଦ୍ଦେଶନା ଦେଇଛନ୍ତି । ଗୋଟିଏ ମା’ର ସନ୍ତାନଙ୍କ ପ୍ରତି ଥିବା ଭଲପାଇବା ଓ ସଂଘର୍ଷର କାହାଣୀ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମ ମମ୍ ଜୁଲାଇ ୭ ତାରିଖରେ ରିଲିଜ୍ ହେବ । ଟ୍ରେଲରରେ ଅଭିନେତା ନୱାଜୁଦ୍ଦିନଙ୍କ ଲୁକ୍ ଡିଫରେଂଟ୍ ରହିଛି । ସେହିପରି ଅକ୍ଷୟ ଖାନ୍ନା ବି ଦମଦାର ଭୂମିକାରେ ନଜର ଆସିଛନ୍ତି । ସାବତ ମାଆର ନିଜ ଝିଅ ସହ ସଂପର୍କକୁ ଅତି ସୁନ୍ଦର ଭାବେ ଦର୍ଶାଯାଇଛି । ଏହି ଫିଲ୍ମ ଦିଲ୍ଲୀ ଓ ଜର୍ଜିଆରେ ସୁଟିଂ କରାଯାଇଛି ।