‘5-T’କୁ ନେଇ ପଲିଟିକ୍ସ: ପରିକଳ୍ପନାକୁ ପୁରୁଣା କହିଲେ ସାଂସଦ ଅପରାଜିତା । ନୂଆ କହି ‘5-T’ର ପୂରା ଥିଓରୀ ବୁଝାଇଲେ ଅରୂପ-ସସ୍ମିତ

566

କନକ ବ୍ୟୁରୋ: ବଢୁଛି ୫-ଟି ଫାଇଟ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଦିନକୁ ଦିନ ବଢୁଛି କଳି । ବିରୋଧୀ ବିଭିନ୍ନ ସମୟରେ ୫-ଟିକୁ ନେଇ ଘେରୁ ଥିବା ବେଳେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ୫-ଟିକୁ ସମାଲୋଚନା କରିଛନ୍ତି । ୫-ଟିରେ ନୂଆ କିଛି ନାହିଁ ଏହା ପୁରୁଣା କଥା, ପୁରୁଣା ଚିନ୍ତାଧାରା ବୋଲି ଅପରାଜିତା କହିଛନ୍ତି । ୫-ଟିକୁ ଏବେ କଣ ପାଇଁ ରାଜ୍ୟ ସରକାର ଆପଣେଇଲେ । ୨୦ ବର୍ଷ ହେଲା କଣ ମନେପଡୁନଥିଲା କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।
ତେବେ ଗୋଟିଏ ବିଭାଗ ଅଧିନରେ ଏହା ରହୁଥିବାରୁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ପାରିବାପଣିଆ, ତାଙ୍କ ଯୋଗ୍ୟତା ଉପରେ ଏହା ପ୍ରଶ୍ନ କରୁଛି । ଯାହା ସୁଶାସନର ବିପରୀତ ବାର୍ତ୍ତ ଦେଉଛି ବୋଲି ଅପରାଜିତା କହିଛନ୍ତି ।

ସେପଟେ ଅପରାଜିତାଙ୍କ ୫-ଟି ଆଟାକର କାଉଣ୍ଟର ଆଟାକ କରିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ । ୫-ଟି ସମ୍ପୂର୍ଣ୍ଣ ନୂଆ ପଦକ୍ଷେପ । ଆଇଏଏସ, ଆଇପିଏସ ଟ୍ରେନିଂରେ କେବଳ ଲେଫ୍ଟ-ରାଇଟ ଛଡା ଆଉ କିଛି ଶିଖାଯାଏନି । ଲୋକଙ୍କ ସହ କେମିତି ମିଶିବାକୁ ପଡେ ଆଦୌ କିଛି କୁହାଯାଏନି । ମୁଁ ଜାଣିନି ସେ ଭଦ୍ର ମହିଳା ଯଦି ଟ୍ରେନିଂ ବେଳେ ସେମିତି କିଛି ଶିଖିଥିବେ କହି ଅପରାଜିତାକୁ କଟାକ୍ଷ କରିଥିଲେ ।

୫-ଟିର ମୂଳ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ସୁବିଧା ଦେବା । ସେମାନଙ୍କ ସମସ୍ୟା ଦୂର କରିବା ସହ ଭଦ୍ର ବ୍ୟବହାର ଦେବା । ଯାହା ସୁଶାସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅରୂପ କହିଛନ୍ତି ।

ତେବେ ଅପରାଜିତାଙ୍କ ମନ୍ତବ୍ୟ ଉପରେ ମଧ୍ୟ ଜବାବ ରଖିଛନ୍ତି ସସ୍ମିତ ପାତ୍ର । ୫-ଟି ଏକ ବିଭାଗ ନୁହେଁ ବରଂ ଏହା ଏକ ଚାଟର ବୋଲି ସସ୍ମିତ କହିଛନ୍ତି । ୫-ଟିର ଚିନ୍ତା, ଚେତନା ଭିନ୍ନ । ସରକାରୀ କର୍ମଚାରୀଙ୍କୁ ସୁପରିଚାଳିତ କରିବା ୫-ଟିର ଉଦ୍ଦେଶ୍ୟ ହୋଇଥିବା ବେଳେ ଜଣେ ପୂର୍ବତନ ପ୍ରଶାସିକାଙ୍କ ପାଖରୁ ଏପରି ମନ୍ତବ୍ୟ ଆଶା ନଥିଲା ବୋଲି ସସ୍ମିତ କହିଛନ୍ତି । ସେପଟେ ସୁର ୫-ଟିକୁ ଟି ନା ଚା’ ବୋଲି କହି କଟାକ୍ଷ କରିଛନ୍ତି ।