କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ନବୀନଙ୍କ ନୂଆ କାର୍ଯ୍ୟକ୍ରମ । କରୋନା ନେଇ ରାଜ୍ୟବାସୀଙ୍କୁ ନିବେଦନ କରିବା ସହ ଏହାର ମୁକାବିଲା ପାଇଁ ‘ମୋ ଜୀବନ’ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାରକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିବା ସହ ପ୍ରତିଦିନ ଶପଥ ପାଠ କରିବା ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଆମେ ସଚେତନ ହେଲେ, ସାବଧାନ ହେଲେ ଆମ ଘରକୁ କରୋନା ପଶିପାରିବନି । ତେଣୁ ସମସ୍ତେ ସବୁଦିନ ଶପଥ ନିଅନ୍ତୁ କି ବାହାରକୁ ଯିବି ନାହିଁ , କରୋନା ଭାଇରସ ଆଣିବି ନାହିଁ ।

Advertisment

ଏକ ଭିଡିଓ ଜରିଆରେ ରାଜ୍ୟବାସୀଙ୍କୁ କରୋନା ମୁକାବିଲା ପାଇଁ ଘରେ ରହିବାକୁ ନିବେଦନ କରିଛନ୍ତି ନବୀନ । ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କରି ସମସ୍ତଙ୍କୁ ପ୍ରତିଜ୍ଞା ନେବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ଦେବା ପାଇଁ ସମସ୍ତେ ଶପଥ କରିବେ । ନିଜ ବ୍ୟବହାର ବଳରେ କରୋନା ଭାଇରସକୁ ଆମେ ମୁକାବିଲା କରିବା ତେଣୁ ବାହାରକୁ ନବାରିବାକୁ ନବୀନ ଅପିଲ କରିବା ସହ ସବୁଦିନ ଶପଥ ନେବାର ଭିଡିଓ କରି ମୋ ସହ ସେୟାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଜରୁରୀ କାମରେ ବାହରକୁ ଗଲେ ୨୦ ସେକେଣ୍ଡ ପାଇଁ ହାତକୁ ସାବୁନରେ ଭଲଭାବେ ଧୋଇ ଘରକୁ ପ୍ରବେଶ କରିପାରିବାକୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତୁ ସମସ୍ତେ ଶପଥ କରିବା କି କରୋନା ଭାଇରସକୁ ମୋ ଘରକୁ ପଶେଇବାକୁ ଦେବିନାହିଁ କି ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ ବୋଲି ନବୀନ ଏକ ଭିଡିଓ ଜରିଆରେ ମୋ ଜୀବନ କାର୍ଯ୍ୟକ୍ରମ କରି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।