ଆଜିକାଲି ମୋବାଇଲ ଲୋକଙ୍କ ଜୀବନ ହୋଇଯାଇଛି । ପ୍ରତ୍ୟେକ କାମ ପାଇଁ ଗୋଟିଏ ଆପ୍ ଅଛି । ଏହି ଦିନ ଏକ ଆପ୍ ସାରା ଦୁନିଆରେ ଚର୍ଚ୍ଚତ ଅଛି, ଯାହାର କାରଣ ଆପଣଙ୍କ କୌଣସି କଲ୍, ମେସେଜକୁ ଭୁଲରେ ବି ଅଣଦେଖା କରିପାରିବେନି । ଏହି ଆପର ସୃଷ୍ଟିକର୍ତ୍ତା ହେଉଛନ୍ତ ଜଣେ ବାପା । ଯଦି ଆପଣଙ୍କ ଶିଶୁ ଆପଣଙ୍କ କଲ୍ ର ଜବାବ ଦେଉନି, ତେବେ ଏହି ଆପ୍ ଆପଣଙ୍କ ବଡ କାମରେ ଆସିବ ।
ReplyASAP ନାମକ ଏହି ଆପକୁ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ନାମ ନିକ୍ ହରବର୍ଟ, ଯିଏ ଜଣେ ବାପା । ଆପର ନାମ ଯେମିତି, କାମ ବି ସେମିତି । କାହିଁକିନା ଏହାର ଅର୍ଥ, ଅତିଶୀଘ୍ର ଜବାବ ଦେବା । ଏହି ବିଶେଷ ଆପକୁ ବର୍ଷ ୨୦୧୭ର ଅଗଷ୍ଟ ମାସରେ ଗୁଗଲ ପ୍ଲେ-ଷ୍ଟୋରରେ ଲଂଚ କରାଯାଇଥିଲା । ଯଦି ଆପଣ ମାଆ-ବାପାଙ୍କ କଲ୍, ମିସ୍ କଲ୍ ଦେଖିବା ପରେ ବି ତାଙ୍କୁ ଅଣଦେଖା କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାହିଁକିନା ReplyASAP ଆପ୍ ଫୋନକୁ ଫ୍ରିଜ୍ କରିଦେବ । ଏହାର ଅର୍ଥ ଆପଣଙ୍କ ଫୋନ କାମ କରିବା ବନ୍ଦ କରିଦେବ । ତାହା ସେତେବେଳେ ଠିକ୍ ହେବ, ଯେତେବେଳେ ଆପଣ କଲ୍ କରିନେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/cellphones.jpg)
/kanak/media/post_attachments/wp-content/uploads/2019/01/wildflower-6-1-300x167.jpg)
/kanak/media/post_attachments/wp-content/uploads/2019/01/090517-safety-monitoring-apps-300x168.jpg)