କନକ ବ୍ୟୁରୋ: ଶ୍ୱଶୁର ନାଁରେ କଳଙ୍କ ! ପୁଅର ଅନୁପସ୍ଥିତିର ଫାଇଦା ଉଠାଇ ନିଜ ବୋହୂ ସହ ଶ୍ୱଶୁର ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଲଜ୍ଜାଜନକ ଖବର ଆସିଛି ପିପିଲିର ସାତସଂଖ ଅଂଚଳରୁ । ଏହା ସହିତ ପଦାକୁ ଆସିଛି ସଭ୍ୟ ସମାଜରେ ଥିବା ଅସଭ୍ୟଙ୍କ ଆଉ ଏକ ଚେହେରା । ଝିଅଟିଏ ବୋହୁ ହୋଇ ଶାଶୂ ଘରକୁ ଆସିବା ପରେ ବାପା ବୋଲି କୁହାଯାଉଥିବା ଏହି ଶ୍ୱଶୁର ନିଜର କାମୁକତା ମେଂଟାଇବା ପାଇଁ ସବୁ ସୀମା ଟପି ଯାଇଛନ୍ତି ।
ଆଉ ଏସବୁର ଭିଜୁଆଲକୁ ନିଜ ମୋବାଇଲରେ ରେକର୍ଡିଂ କରିଛନ୍ତି ପୀଡିତା ବୋହୂ । ଶ୍ୱଶୁରଙ୍କ କାରନାମାର ଭିଜୁଆଲ ଆମ ନିକଟରେ ରହିଥିଲେ ବି ସେସବୁକୁ ଆପଣମାନଙ୍କୁ ଦେଖାଇବା ସମ୍ଭବ ନୁହେଁ । ଅଭିଯୋଗ ଅନୁଯାୟୀ ଘରେ ସ୍ୱାମୀ ନଥିବାର ସୁଯୋଗ ନେଇ ଶ୍ୱଶୁର ଜଣକ ପୂର୍ବରୁ ଅନେକ ଥର ବୋହୂଙ୍କୁ ଏଭଳି ନିର୍ଯାତନା ଦେଇଆସୁଥିଲେ । କିନ୍ତୁ ଏନେଇ ବୋହୂ ଜଣଙ୍କ ସ୍ୱାମୀ ଓ ପରବାରବର୍ଗଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ କେହି ବିଶ୍ୱାସ କରିନଥୁଲେ । ଶେଷରେ ପ୍ରମାଣ ପାଇଁ ଏକ ଭିଡିଓ ସୁଟ୍ କରିଛନ୍ତି ପୀଡିତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/KALANKA.jpg)
/kanak/media/post_attachments/wp-content/uploads/2018/08/rape02-13-1515729629-285865-khaskhabar-300x200.jpg)