କନକ ବ୍ୟୁରୋ: ଆଦିବାସୀ ଜିଲ୍ଳାରେ ସୁନ୍ଦରୀ ଖୋଜା । ସୁନ୍ଦର ପୋଷାକ, ସୁନ୍ଦର ଚାଲି ଓ ଗୀତ ସାଙ୍ଗକୁ ଅଭିନୟ । ଏଭଳି କିଛି ଦେଖିବାକୁ ମିଳିଛି ଜୟପୁରରେ । ପ୍ରଥମ ଥର ପାଇଁ ଜୟପୁରରେ ଏଭଳି ଏକ ପ୍ରତିଯୋଗିତା ଅନୁଷ୍ଟିତ ହେଉଛି । ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗି କହିଛନ୍ତି ଆଗରୁ ସେମାନେ ଟିଭିରେ ଦେଖୁଥିଲେ । ତେବେ ସେମାନଙ୍କ ପାଖରେ ମଧ୍ୟ ଦକ୍ଷତା ରହିଛି ମଡ଼େଲ ହେବା ନେଇ ।
ଆଗକୁ ସେମାନେ ଦକ୍ଷତା କାହାକୁ ଦେଖାଇପାରୁ ନଥିଲେ ଆଜିର ଏହି ସୁଯୋଗ ସେମାନଙ୍କ ପାଇଁ ଏକ ନୁଆ ସୁଯୋଗ ଆଣିଛି । ଆଦିବାସୀ ଜିଲ୍ଳା ହେଲେ ମଧ୍ୟ କଣ ହେଲା ଆଗରୁ ଅନେକ ଝିଅ ଏଠାରୁ ବାହାରି ବାହାରେ ନା କମାଇଛନ୍ତି, ଆମେ ବି କିଛି କମ ନୁହଁ ବୋଲି ପ୍ରତିଯୋଗୀ କହିଛନ୍ତି । ଭୁବନେଶ୍ୱର ସ୍ଥିତ ଅମ୍ବିକା ଫାଉଣ୍ଡେସନ ତରଫରୁ ଏହା ଆୟୋଜିତ ହୋଇଥିବା ବେଳେ ଏଥିରୁ ଚୟନ ହୋଇଥିବା ଯୁବତୀଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ହେଉଥିବା ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ମିଳିବ ବୋଲି କହିଛନ୍ତି ଫାଉଣ୍ଡେସନର ଜୁରି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/FASHION.jpg)
/kanak/media/post_attachments/wp-content/uploads/2019/12/Screen-Shot-2019-12-08-at-8.27.24-AM.png)