ଗାଜିଆବାଦର ଜଣେ କୃଷକଙ୍କ ପୁଅ କଠିନ ପରିଶ୍ରମ ଓ ନିଜ ଉପରେ ଥିବା ଆତ୍ମବିଶ୍ୱାସ ହେତୁ ଏସଜେଏସ୍ ପରୀକ୍ଷା ପାସ୍ କରି ବିଚାରପତି ହୋଇପାରିଛନ୍ତି । ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସୁନିଲ କୌଶିକ ।
ସାହିବାବାଦ ଗ୍ରାମରେ ରହୁଥିବା ୪୮ବର୍ଷୀୟ ସୁନିଲ କୌଶିକଙ୍କ କହିବାନୁସାରେ, ମୋର ଜେଜେବାପା ପଣ୍ଡିତ ଲଖପତି ଶର୍ମାଙ୍କ ସ୍ୱପ୍ନ ଥିଲା, ତାଙ୍କ ପୁଅ ଜଣେ ଜଜ ବନନ୍ତୁ। କିନ୍ତୁ ବାପା ସେ ଆଶା ପୂରଣ କରିପାରିନଥିଲେ । ଜେଜେବାପାଙ୍କ ଏହି ସ୍ୱପ୍ନକୁ ପୂରା କରିବା ପାଇଁ ମୁଁ ୧୫ବର୍ଷ ପର୍ଯ୍ୟନ୍ତ ଲଗାତାର ଏସଜେଏସ୍ ପରୀକ୍ଷା ଦେଇଥିଲି। ଦୁଇଥର ଇଣ୍ଟରଭ୍ୟୁର ବାହାର ହୋଇଯାଇଥିଲି। ହେଲେ ବି ନିଜ ଉପରୁ ଭରସା ହରାଇ ନଥିଲି। ପ୍ରତିଦିନ ୧୦ଘଣ୍ଟା ପାଠପଢ଼ି ଥାଏ। ବହୁ ପରିଶ୍ରମ ପରେ ଶେଷରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜେଜେବାପାଙ୍କ ଜଜ ବନିବାର ସ୍ୱପ୍ନକୁ ସାକାର କରିଛି। ମୋତେ ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଏଡିଜେ ପଦ ସମ୍ଭାଳିବାର ଦାୟିତ୍ୱ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/pic-750x430.jpg)