ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ପାଇଁ କାଳ ହେଲା ପ୍ରାକୃତିକ ଦୁର୍ବିପାକ : ଉଜୁଡି ଯାଇଥିବା ଫସଲରେ ନିଆଁ ଲଗାଇଲେ ଚାଷୀ

ତିତିଲ ବାତ୍ୟାପରେ ଆସିଥିବା ବନ୍ୟାରେ ଉଜୁଡିଗଲା ଧାନ ଫସଲ ।

84

କନକ ବ୍ୟୁରୋ : ତିତିଲ ବାତ୍ୟାପରେ ଆସିଥିବା ବନ୍ୟାରେ ଉଜୁଡିଗଲା ଧାନ ଫସଲ । ବନ୍ୟାଜଳ ଜମିରେ ରହିବା ଫଳରେ ଧାନ ସବୁ ଅଗାଡି ହୋଇଗଲା । ଏପଟେ ପ୍ରଶାସନିକ ତରଫରୁ କିଛି ସାହାଯ୍ୟ ନମିଳିବାରୁ ନିଜ ଧାନ ଜମିରେ ନିଆଁ ଲଗାଇ ଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ବ୍ଲକର କପୂରି ନୂଆ ଗାଁରେ ।

ବନ୍ୟା ପାଣିରେ ଉଜୁଡି ଯାଇଥିବା ଫସଲରେ ନିଆଁ ଲଗାଇଲେ ଚାଷୀ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଆସିକା ବ୍ଲକ କପୁରି ନୂଆଗାଁରେ । ତିତିଲ ବାତ୍ୟା ପରେ ହୋଇଥିବା ବନ୍ୟାଜଳ ନିସ୍କାସନ ହୋଇନପାରି ଜମିରେ ଜମି ରହିଥିଲା । ଫଳରେ ଏକର ଏକର ଜମିରେ ଧାନ ଅଗାଡି ହୋଇଯାଇଛି ।

ଅଗାଡି ହୋଇଥିବା ଧାନକୁ କାଟି ଜମିରେ ହିଁ ଜାଳି ଦେଇଛି ଚାଷୀ । ଉଜୁଡା ଫଳକୁ ଦେଖି ଭାଙ୍ଗି ପଡିଥିବା ଚାଷୀ ହାତରେ ନିଜ ପରିଶ୍ରମକୁ ପୋଡି ଦେଇଛନ୍ତି । ସେପଟେ ବନ୍ୟାର ଢେର୍ ଦିନ ପରେ ବି ପ୍ରଶାସନ ହାତ ବାନ୍ଧି ବସିଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ ପାଇଁ ପ୍ରଶାସନିକ ଅଧିକାରୀ ଆସି ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ପାଇଁ କାଳ ହେଲା ପ୍ରାକୃତିକ ଦୁର୍ବିପାକ । ଦଇବ ଦଣ୍ଡ ଦେଲା ଭଳି ବନ୍ୟା ଜଳରେ ଉଜୁଡିଗଲା ଧାନ ।