ଆଜି ସଂସଦ ଘେରିବେ ଚାଷୀ । ଋଣଛାଡ ଓ ଧାନର ସହାୟକ ମୁଲ୍ୟ ବୃଦ୍ଧି ଦାବିକୁ ନେଇ ଚାଷୀ କରୁଛନ୍ତି ଆନ୍ଦୋଳନ

ଆନ୍ଦୋଳନକୁ ତୀବ୍ର କରୁଛନ୍ତି ଚାଷୀ ସଂଗଠନ

48

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ଚାଷୀମାନଙ୍କ ଆନ୍ଦୋଳନ ବଢିବାରେ ଲାଗିଛି । ପ୍ରତ୍ୟେକ ରାଜ୍ୟରେ ଆନ୍ଦୋଳନକୁ ତୀବ୍ର କରୁଛନ୍ତି ସଂଗଠନ । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଜନତା ମଇଦାନଠାରେ ଶହଶହ କୃଷକ ମାନେ ଏକାଠି ହୋଇଛନ୍ତି । ବିଭିନ୍ନ ଦାବୀକୁ ନେଇ ୨ ଦିନିଆ କିଷାନ ମୁକ୍ତି ପଦଯାତ୍ରାରେ ସାମିଲ ହୋଇଛନ୍ତି ଚାଷୀ । ଦେଶରେ ଥିବା ମୋଟ ୨୦୦ କୃଷକ ସଂଗଠନକୁ ନେଇ ଏହି ଆନ୍ଦୋଳନ ହେଉଥିବା ସୂଚନା ମିଳିଛି । ସଂସଦ ଅଭିମୁଖେ ଆଜି ପାଖାପାଖି ୧୫ ହଜାରରୁ ଉର୍ଧ୍ୱ ଚାଷୀ ଶୋଭାଯାତ୍ରା କରିବେ ବୋଲି ଜଣାପଡିଛି ।

 

ଚାଷୀମାନଙ୍କ ସହ ଆଲୋଚନ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଅଧିବେଶନ କରିବା ଲାଗି ଚାଷୀମାନେ ଦାବୀ କରିଛନ୍ତି । ପୂର୍ବରୁ ମଧ୍ୟ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ସେହି ସମୟରେ ସରକାରଙ୍କ ପକ୍ଷରୁ ଦିଲ୍ଲୀ ମଧ୍ୟକୁ କୌଣସି ଚାଷୀଙ୍କୁ ପ୍ରବେଶ କରାଇଦିଆଯାଇନଥିଲା । ଏହାସହ ଚାଷୀଙ୍କ ଉପରକୁ ଲାଠିମାଡ ସହ ପାଣି ମୋଡ ହୋଇଥିଲା । ତେଣୁ ପୋଲିସ-ଚାଷୀ ଏଳରକମ ମୁହାଁମୁହିଁ ହୋଇଥିଲେ । ତେବେ ପରେ ସରକାରଙ୍କ ସହ ଆଲୋଚନ ହୋଇଥିଲା । କିନ୍ତୁ ସରକାର ତାଙ୍କର ଦାବୀ ପୂରଣ କରିନଥିବାରୁ ଚାଷୀମାନେ ପୁଣି ଆନ୍ଦୋଲନକୁ ଓହ୍ଲାଇଥିବା ନେଇ ସୂଚନା ମିଳିଛି ।