ମହାକାଳାପଡାରେ ନକଲି ଜର୍ଦ୍ଦା କାରଖାନ ଠାବ । ଲକ୍ଷାଧିକ ଟଙ୍କାର ଗୋପାଳ ମସଲା ସମେତ ଯନ୍ତ୍ରାଂଶ ଜବତ କଲା ପୁଲିସ୍

୨ ଅଭିଯୁକ୍ତ ଗିରଫ

99

କନକ ବ୍ୟୁରୋ: ମହାକାଳପଡ଼ାରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ରାଜଗଡ଼ ଗାଁରୁ ନକଲି ଗୋପାଳ ଜର୍ଦ୍ଦା ତିଆରି କରୁଥିବା ଏକ କାରଖାନାକୁ ଠାବ କରିଛି ପୁଲିସ । ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦାକୁ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ସାଜିଦ ରାଜା ଓ ସଂଜୟ ମଲ୍ଲିକ ।

ଦୀର୍ଘଦିନ ହେଲା ଗାଁରେ ନକଲି ଜର୍ଦ୍ଦା ତିଆରି ହେଉଥିବା ସୂଚନା ପାଇ ପୁଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ତୀକ୍ଷଣ ନଜର ରଖିଥିଲେ ଓ ଆଜି ସକାଳୁ ମହାକାଳପଡ଼ା ପୁଲିସ ଚଢ଼ାଉ କରି ଜର୍ଦ୍ଦା ସମେତ ପ୍ରସ୍ତୁତକାରୀ ଯନ୍ତ୍ରାଂଶକୁ ଜବତ କରିଛି । ବର୍ଷେ ହେଲା ଏଠାରେ ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଇ ଆଖପାଖ ଅଂଚଳରେ ବିକ୍ରି କରାଯାଉଥିଲା ।