ନବରଙ୍ଗପୁରରେ ଧରାପଡିଲା ନକଲି ଖଇନି କାରଖାନା: ବିପୁଳ ପରିମାଣର ନକଲି ଖଇନି ତିଆରୀ ସାମଗ୍ରୀ ଓ ମେସିନକୁ ଜବତ କଲା ପୋଲିସ

374

କନକ ବ୍ୟୁରୋ: ନବରଙ୍ଗପୁରରେ ଧରାପଡିଲା ନକଲି ଖଇନି କାରଖାନା । ଏହି ନକଲି କାରଖାନାକୁ ଧରାଇଲେ ଅସଲି କାରଖାନାର କମ୍ପାନୀ ମାଲିକ । ବ୍ୟବସାୟରେ ବାରମ୍ୱାର କ୍ଷତି ସହିବା ପରେ ଚିନ୍ତାରେ ପଡିଥିଲେ ବନଦୁର୍ଗା ନାମକ ଖଇନୀ କମ୍ପାନୀ ମାଲିକ । ଆଉ ଆରମ୍ଭ କରିଥିଲେ ଏହାର କାରଣ ଖୋଜିବା । ବ୍ୟକ୍ତିଗତ ସ୍ତରରେ ତଦନ୍ତରେ ସେ ଯାହା ପାଇଲେ ନିଜକୁ ବି ବିଶ୍ୱାସ କରିପାରିନଥିଲେ ।

ନବରଙ୍ଗପୁରର ସହରର ଇଛାବତୀଗୁଡା ସାହିରେ ଚାଲୁଥିଲା ନକଲି ଖଇନି କାରଖାନା । ଏନେଇ ସେ ପୋଲିସରେ ଏତଲା କରିବା ପରେ ନବରଙ୍ଗପୁର ପୋଲିସ ନକଲି ଖଇନି କାରଖାନା ଉପରେ ଚଢଉ କରିଥିଲା । ଚଢଉରେ କାରଖାନାରୁ ବିପୁଳ ପରିମାଣର ନକଲି ଖଇନି ଜବତ ସହିତ ଖଇନି ତିଆରୀ ସାମଗ୍ରୀ ଓ ମେସିନକୁ ଜବତ୍ କରିଛି ପୋଲିସ । ନକଲି ଖଇନି କାରଖାନା ମାଲିକ ଫେରାର ଅଛନ୍ତି । ଏଠାରେ କାମ କରୁଥିବା ଜଣେ ଶ୍ରମିକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Comments are closed.