ଆପଣଙ୍କ କାର୍ କିମ୍ବା ବାଇକରେ ଲାଗିଥିବା ନକଲି ସ୍ପେୟାର୍ ପାର୍ଟସ୍ ନେଇଯାଇପାରେ ଜୀବନ ! ଠକାମୀରୁ ବଂଚନ୍ତୁ , ଏଭଳି ଭାବେ ଅସଲି ଏବଂ ନକଲିର ଚିହ୍ନଟ କରନ୍ତୁ । 

295

ନାନାଦି ସମସ୍ୟାରେ ଘେରି ହୋଇ ରହିଥିବା ଭାରତର ସବୁଠାରୁ ବଡ ସମସ୍ୟା ହେଉଛି ନକଲି ଦ୍ରବ୍ୟ । ଅସଲି ଅପେକ୍ଷା ଏଠାରେ ପ୍ରତ୍ୟେକଟି ପ୍ରଡକ୍ଟରେ ନକଲିର ଛାପ ଦେଖିବାକୁ ମିଳିବ । ଖାଦ୍ୟପଦାର୍ଥ ଠାରୁ ଆରମ୍ଭ କରି ବାହନର ପାର୍ଟସ୍ ଯାହାକୁ ଛୁଇଁବ ସବୁ ନକଲି । ତେବେ ପୂର୍ବରୁ ଆମେ ଆପଣଙ୍କୁ ଖାଦ୍ୟପଦାର୍ଥର ଅସଲି ଏବଂ ନକଲି ଭିତରର ତଫାତ୍ ବିଷୟରେ ସବିଶେଷ ତଥ୍ୟ ଦେଇଥିଲୁ । ଆଜି ଆମେ ଆପଣଙ୍କୁ ବାହନର ସ୍ପେୟାର୍ ପାର୍ଟସ୍ ରେ ହେଉଥିବା ନକଲି ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନ ବଜାରର ଗଳିକନ୍ଦିରେ ନାମୀଦାମୀ ଗାଡିର ନକଲି ପ୍ରଡକ୍ଟସ୍ ବିକ୍ରି ହେଉଛି । ପ୍ରତିଦିନ ଖବରକାଗଜରେ ଏହି ସବୁ ପାର୍ଟସ୍ ବିକ୍ରି କରୁଥିବା ଦୋକାନ ସିଜ୍ କରିବା ଘଟଣା ମଧ୍ୟ ପ୍ରସାରିତ ହେଉଛି । ବେଆଇନ୍ ଭାବରେ ବିନା ଲାଇସେନ୍ସରେ ଚାଲୁଛି ଏହି ସବୁ ସର୍ଭିସ୍ ସେଣ୍ଟର । ଏଏସପିଏ ଆକଳନ ମୁତାବକ , ଦେଶରେ ୧ ଲକ୍ଷ କୋଟି ଟଙ୍କାର କେବଳ ନକଲି ପ୍ରଡକ୍ଟ ବିକ୍ରି ହୋଇଥାଏ । ଯେଉଁଥିପାଇଁ ସରକାରଙ୍କୁ ପ୍ରତିବର୍ଷ ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସର କ୍ଷତି ସହିବାକୁ ପଡିଥାଏ । ଏଥିରେ ଅଧିକ ନକଲି ପ୍ରଡକ୍ଟ ଫର୍ଟିଲାଇଜର୍ , ପେଷ୍ଟିସାଇଡସ୍ , ପ୍ରତିଦିନ ବ୍ୟବହାର ହେଉଥିବା ସାମଗ୍ରୀ , ଅଟୋ ପାର୍ଟସ୍ ଏବଂ ଫାର୍ମା ସେକ୍ଟର୍ ଥାଏ । ଯଦି ଅଟୋ ସେକ୍ଟରର କଥା କହିବା ତେବେ ନକଲି ଅଟୋ ପ୍ରଡକ୍ଟସ୍ ର ବ୍ୟବସାୟ ୨୨ ହଜାର କୋଟି ଟଙ୍କା ରହିଛି । ଯାହା ଗତ ୫ ବର୍ଷ ଭିତରେ ୨ ଗୁଣା ବଢିଛି । ଯାହା ଅସଲି ଅଟୋ ସେକ୍ଟର କମ୍ପାନୀମାନଙ୍କର ନିଦ ଉଡାଇଦେଇଛି ।

ଗତବର୍ଷ ଆସିଥିବା Ficci-Cascadeର ରିପୋର୍ଟ ଅନୁସାରେ , ଅଟୋ କମ୍ପାନୀ ବିକ୍ରିରେ କ୍ଷତି ହେବା ସହ ଅନେକ ଜୀବନ ମଧ୍ୟ ଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଦେଶରେ ହେଉଥିବା ୨୦ ପ୍ରତିଶତ ସଡକ ଦୂର୍ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଏହି ନକଲି ପ୍ରଡକ୍ଟ । ପୁରୁଣା ଗାଡି କିଣୁଥିବା ବେଳେ ଆପଣ ନିଶ୍ଚିତ ହୋଇଯାଆନ୍ତୁ ଯେ ଗାଡିରେ ନକଲି ପ୍ରଡକ୍ଟ ଲାଗିଥିବ । ସରକାର ଏବେ ଗାଡିରେ ଲାଗିଥିବା ନକଲି ପାର୍ଟସକୁ ଚିହ୍ନଟ କରିବା ପାଇଁ ସରଳ ଉପାୟ ବାହାର କରିଛନ୍ତି । ସରକାରଙ୍କ ଡ୍ରାଫ୍ଟ ନୋଟିଫିକେସନ୍ ମାଧ୍ୟମରେ ବାହନରେ ନ ଦେଖାଯିବା ଭଳି ମାଇକ୍ରୋଡଟସ୍ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ମାଇକ୍ରୋଡଟସ୍ ଲଗାଇବା ଦ୍ୱାରା ଗାଡି ଚୋରି ହେବାରୁ ବଂଚିବା ସହ ନକଲି ପ୍ରଡକ୍ଟ ମଧ୍ୟ ଲାଗିବ ନାହିଁ । ସୂକ୍ଷ୍ମ ଆକାରର ଏହି ଡଟସ୍ କୁ ଗାଡିର ରେଜିଷ୍ଟ୍ରେସନ୍ ନମ୍ବର ସହ ଜଡିତ କରାଯିବ । ଗାଡି ଚୋରୀ ହେଉ କିମ୍ବା ଗାଡିକୁ ଖଣ୍ଡ ଖଣ୍ଡ କଲେ ମଧ୍ୟ ଏହାର ଠିକଣା ଆପଣଙ୍କୁ ମିଳିଯିବ ।

କମ୍ପାନୀର ଅସଲି ପ୍ରଡକ୍ଟରେ ଏକ ୟୁନିକ୍ ପାର୍ଟସ୍ ଆଇଡି କୋଡ୍ ଲେଖା ହୋଇଥାଏ । ହିରୋ ମୋଟୋକାର୍ପର ଯେକୌଣସି ପାର୍ଟର ଏମଆରପି ଷ୍ଟିକରରେ ଲେଖାଥିବା ୟୁପିଆଇ କୋଡ୍ ୯୨୬୬୧୭୧୧୭୧ ରେ ମେସେଜ୍ କରି ଆପଣ ଏହା ଅସଲି କି ନକଲି ଜାଣିପାରିବେ । ହିରୋ କମ୍ପାନୀର ଅସଲି ପାର୍ଟସ୍ ର ଲୋଗୋ ଅଲଟ୍ରା ଭାଓଲେଟ୍ ଲାଇଟ୍ ରେ ମଧ୍ୟ ଦେଖାଯାଏ । ଯେଉଁଥିରେ ଥର୍ମୋକ୍ରୋମିକ୍ ଇଙ୍କ୍ (କଳା ରଙ୍ଗରେ) ‘GENUINE’ ଲେଖା ହୋଇଥିବ । ଯଦି କୌଣସି ସ୍ପେୟାର୍ ପାର୍ଟସ୍ କିଣୁଛନ୍ତି ଏବଂ ଦୋକାନୀ ଆପଣଙ୍କୁ ଭାରୀ ମୂଲ୍ୟରେ ରିହାତି ଦେଉଛି ତେବେ ଜାଣିନେବେ ପ୍ରଡକ୍ଟଟି ହେଉଛି ନକଲି ।